ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଛି ବ୍ୟକ୍ତି କଲରା ଖାଇବାକୁ ପସନ୍ଦ କରିନଥାନ୍ତି, କାରଣ ଏହାର ସ୍ୱାଦ ସମ୍ପୂର୍ଣ୍ଣ ପିତା । ମାତ୍ର କଲରା ଭିତରେ ଅନେକ ଉପକାରୀ ଗୁଣ ଲୁଚି ରହିଛି । ଏହାକୁ ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଦୂର ହୋଇଥାଏ । କଲରା ସେବନ ଦ୍ୱାରା କେବଳ ରକ୍ତ ସଫା ହୁଏ ତାହା ନୁହେଁ ବରଂ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଭଲ ହୋଇ ଯାଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି କି, କଲରା ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ସହ ଲଢିବାକୁ ସହାୟକ ମିଳିଥାଏ ।
ଶରୀର ପାଇଁ କଲରା ବହୁତ ଉପକାରୀ । ମଧୁମେୟ ରୋଗ ଏବଂ ରକ୍ତକୁ ସଫା ରଖିବା ପାଇଁ ଅନେକ ଲୋକ କଲରାକୁ ଜୁସ୍ କରି ସେବନ କରିଥାନ୍ତି । ସେଣ୍ଟ ଲୁଇସ ୟୁନିଭରସିଟିର ଗବେଷକମାନେ କଲରାର ଗୁଣକୁ ପରୀକ୍ଷା କରିବା ପାଇଁ ଏହାକୁ ମୂଷା ଉପରେ ପ୍ରୟୋଗ କରିଥିଲେ । ଏଥିରୁ ଜଣାପଡିଲା କି କଲରା କର୍କଟ ରୋଗକୁ ମୁକାବିଲା କରିବାରେ ସହାୟକ ହୋଇପାରିବ ।
ଦୁନିଆର ସମସ୍ତ ସ୍ଥାନରେ କଲରା ଉପଲବ୍ଧ । ମାତ୍ର ଅଧିକତର କଲରା ଦକ୍ଷୀଣ ଭାରତୀୟ ରାଜ୍ୟ କେରଳ ରେ ମିଳିଥାଏ । କଲରାରେ ପ୍ରଚୁର ପରିମାଣର ଫସଫରସ ମିଳିଥାଏ । ଯାହାଦ୍ୱାରା କଫ, କୋଷ୍ଠକାଠିନ୍ୟ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । କଲରା ସେବନ ଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍ ରହିଥାଏ ଏବଂ ଭୋଗ ବି ଲାଗିଥାଏ । କେବଳ ଏତିକି ନୁହେଁ କଲରା ଦ୍ୱାରା ଆସ୍ଥମା ରୋଗ ଦୂର ହେବା ସହ ଯକୃତ ମଜବୁତ ରହିଥାଏ । ସବୁଠାରୁ ବଡ କଥା ହେଉଛି କଲରା ଦ୍ୱାରା ଦଣ୍ଡିସ୍ ବି ହୁଏ ନାହିଁ ।