ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସ୍ପାଇସ ମଧ୍ୟରେ ରାଜା ହେଉଛି ଗୋଲମରିଚ । ଗୋଲମରିଚରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରେ । ତେବେ ଆସନ୍ତୁ ଜାଣିବା ଗୋଲମରିଚର ଜବରଦସ୍ତ ଫାଇଦା ସମ୍ପର୍କରେ..
– ଗୋଲମରିଚକୁ ଚିନି ଏବଂ ତେଲ ସହ ମିଶାଇ ଏହାକୁ ତ୍ୱଚାରେ ମସାଜ କରନ୍ତୁ, ଏହାଦ୍ୱାରା କେବଳ ଶରୀରର ଦୁର୍ଗନ୍ଦ ଦୂର ହେବ ନାହିଁ ବରଂ ଗୋଲମରିଚ ଯୋଗୁଁ ଶରୀରରେ ରକ୍ତ ସଂଚାଳନ ସଠିକ୍ ହୋଇଥାଏ । ଯାହାଫଳରେ ତ୍ୱଚାରେ ଚମକ ଆସେ ।
– ଗୋଲମରିଚ ବ୍ୟବହାର କରିବା ଦ୍ୱାରା ଶରୀରରେ ସେରୋଟୋନିନ ହର୍ମୋନ ସୃଷ୍ଟି ହୋଇଥାଏ । ସେରୋଟୋନିନର ମାତ୍ରା ବଢିବା ଦ୍ୱାରା ଡିପ୍ରେସନରେ ବି ଫାଇଦା ମିଳିଥାଏ । ସେଥିପାଇଁ ନିୟମିତ ଖାଦ୍ୟରେ ଗୋଲମରିଚ ବ୍ୟବହାର କରନ୍ତୁ ।
– ଗୋଲମରିଚ ଯୋଗୁଁ ପେଟରେ ହାଇଡ୍ରୋକ୍ଲୋରାଇଡ ଏସିଡ୍ ଅଧିକ ମାତ୍ରାରେ ଜନ୍ମିଥାଏ । ଫଳରେ ଏହାଦ୍ୱାରା ପାଚନକ୍ରିୟା ସଠିକ୍ ଭାବେ ହୋଇଥାଏ । ଗୋଲମରିଚ ସେବନ କରିବା ଦ୍ୱାରା ପେଟ ଦରଜ, କୋଷ୍ଟକାଠିନ୍ୟ, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।