ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକ ଲାଉ ଖାଇବାକୁ ପସନ୍ଦ କରିନଥାନ୍ତି । କାରଣ ସେମାନଙ୍କୁ ଲାଉ ଖାଇବାର ଫାଇଦା ବିଷୟରେ ଜଣାନଥାଏ । ଲାଉରେ ଥିବା ପୋଷକ ଗୁଣ ଏବଂ ଫାଇବର ଶରୀରକୁ ସୁସ୍ଥ ରଖିବା କାମ କରିଥାଏ । ପ୍ରତିଦିନ ଲାଉ ଜୁସ୍ ପିଇବା ଦ୍ୱାରା ଓଜନ ହ୍ରାସ ହୁଏ । ଜୁସ୍ ତିଆର କରି ସାରିବା ପରେ ପ୍ରଥମେ ସ୍ୱାଦ ଚାଖି ନିଅନ୍ତୁ, ଯଦି ଏହାର ସ୍ୱାଦ କଡା ହୋଇଥାଏ ତେବେ ଏହା ପେଟରେ ଗ୍ୟାସ ସମସ୍ୟାକୁ ଦୂର କରେ । ଆଜି ଆମେ ଆପଣଙ୍କୁ ଲାଉ ଜୁସ୍ ର ଫାଇଦା ବିଷୟରେ କହିବାକୁ ଯାଉଛୁ ।
ପାଚନ ତନ୍ତ୍ର ମଜବୁତ: ଲାଉ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କର କୋଷ୍ଟକାଠିନ୍ୟ, ଗ୍ୟାସ ଏବଂ ପେଟ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଅଛି ସେମାନଙ୍କୁ ଲାଉ ଖାଇବା ନିହାତି ଆବଶ୍ୟକ । ସପ୍ତାହରେ ୩ ଥର ଏହି ଜୁସ୍ ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ପୋଟାପଣ ଦୂର ହେବା: ଲାଉ କେବଳ ପାଚନ ତନ୍ତ୍ରକୁ ମଜବୁତ କରିନଥାଏ ବରଂ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଖାଲି ପେଟରେ ଲାଉ ଜୁସ୍ ସେବନ କରନ୍ତୁ ।
ଶରୀର ଥଣ୍ଡା ରଖିବା: ଖରାଦିନେ ପ୍ରାୟତଃ ଲୋକମାନଙ୍କର ମୁଣ୍ଡ ବ୍ୟଥା ଓ ପାଚନ ସମସ୍ୟା ଦେଖାଦେଇ ଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଲାଉ ଜୁସ୍ ପିଅନ୍ତୁ । ଏହାଦ୍ୱାରା ଶରୀର ଧୀରେ ଧୀରେ ଥଣ୍ଡା ହୋଇଥାଏ ।
ଉଚ୍ଚ ରକ୍ତଚାପ ହ୍ରାସ: ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କ ପାଇଁ ଲାଉ ଜୁସ୍ ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।
ଲିଭର ଫୁଲିବା ଦୂର: ପ୍ରତ୍ୟେକ ଦିନ ତେଲ ଜିନିଷ ଖାଇବା ଏବଂ ମଦ ପିଇବା ଦ୍ୱାରା ଲିଭର ଫୁଲି ଯାଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲାଉ ଏବଂ ଅଦା ଜୁସ୍ ପିଅନ୍ତୁ । ଏହାକୁ ପିଇବା ପରେ କିଛି ସମୟ ମଧ୍ୟରେ ଆରମ ମିଳିଥାଏ ।