ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅଭିଯୋଗ ପାଇବା ପରେ ବହେ ଘାଣ୍ଟିଲେ । ରାତିଦିନ ଅନିଦ୍ରା ହୋଇ ଚାରିଆଡେ ଖେଦିଲେ । ହେଲେ କିଛି ଲାଭ ହେଲାନି । ଏଯାବତ ମିଳିଲାନି ଦୁର୍ବୃତ୍ତର ଟେର । ଆମେ କହୁଛୁ ମଞ୍ଚେଶ୍ୱର ରେଲୱେ କଲୋନୀରୁ ହୋଇଥିବା ଲୁଟ ସମ୍ପର୍କରେ । ଯେଉଁଥିରେ ଏବେ ଏକ ପ୍ରକାର ହାତ ଟେକି ଦେଇଛି କମିଶନରେଟ ପୁଲିସ । ଲୁଟେରାର ଆତ୍ତାପତ୍ତା ନପାଇ ତା’ର ସ୍କେଚ ଜାରି କରିଛି ।
ଯାହା କମିଶନରେଟ ପୁଲିସର ପାରିବାପଣିଆକୁ ପଦାରେ ପକାଇଛି । ସେପଟେ ଅଭିଯୁକ୍ତର ସ୍କେଚକୁ ଏବେ ସବୁ ଥାନାକୁ ପଠାଇ ଦିଆଯାଇଥିବା କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ୩ଦିନ ତଳେ ନିଜକୁ ଆରପିଏଫ କର୍ମଚାରୀ କହି ରେଡ ଆଳରେ ମଞ୍ଚେଶ୍ୱର ରେଲୱେ କଲୋନୀରୁ ୧୫ଭରି ସୁନା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।