ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାକୁଡିରେ ପାଖାପାଖି ୭୦ ରୁ ୮୦ ପ୍ରତିଶତ ପାଣି ରହିଛି । ଯାହାଦ୍ୱାରା ଗ୍ରୀଷ୍ମ ଲୁ ଏବଂ ଥକାପଣ ହୋଇନଥାଏ । ଶରୀରରେ ପାଣିର ସ୍ଥର ପର୍ଯ୍ୟାପ୍ତ ପରିମାଣ ରହିବା ଦ୍ୱାରା ସ୍କିନ୍ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ । ଏହାସହିତ ୟୁରିନ୍ ଦ୍ୱାରା ଟକ୍ସିସ ବାହାରକୁ ବାହାରି ଥାଏ । ଏହାଦ୍ୱାରା ତ୍ୱଚାରେ ଚମକପଣ ଆସିଥାଏ । କାକୁଡିରେ ଫାଇବର ମାତ୍ରା ଅଧିକ ରହିଛି , ଯାହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ ।
କାକୁଡିରେ କ୍ୟାଲସିୟମ ମାତ୍ରା ଅଧିକ ହେବା ଦ୍ୱାରା ଏହା ହାଡ ପାଇଁ ବି ଲାଭକାରୀ ହୋଇଥାଏ । ଏହାସହିତ ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ, ବି ଏବଂ ସି ରହିଛି । ଏଥିମଧ୍ୟରୁ ଭିଟାମିନ୍ ଏ ଆଖି ପାଇଁ ଏବଂ ବି ଓ ସି ଇମ୍ୟୁନିଟ୍ ବଢାଇବା ପାଇଁ କାମ କରିଥାଏ । ସେହିପରି ଯେଉଁ ଲୋକ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସ୍ନାକ୍ସ ରୁପେ ନିୟମିତ କାକୁଡି ବ୍ୟବହାର କରନ୍ତୁ । ଏହାକୁ ସାଲାଡ ରୁପେ ଆପଣମାନେ ସେବନ କରି ପାରିବେ । ଏହା ଶରୀରରେ ଇଂସୁଲିନ୍ ଏବଂ କୋଲେଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣ କରିଥାଏ ।