ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗରମ ଖୀରରେ ମହୁ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷେ ଫଳପ୍ରଦ ହୋଇଥାଏ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଖୀରରେ ମହୁ ମିଶାଇ ପିଇବା କୌଣସି ବରଦାନ ଠାରୁ କମ ହୋଇନଥାଏ । ଏହାଦ୍ୱାରା ଗମ୍ଭୀର ରୋଗ ବି ଦୂର ହୋଇପାରେ । ପ୍ରକୃତରେ ମହୁରୁ ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଫଙ୍ଗଲ ଗୁଣ ମିଳିଥାଏ । ସେହିପରି ଖୀର ସମ୍ପୂର୍ଣ୍ଣ ଏକ ଆହାର । ଯେଉଁଥିରେ ଭିଟାମିନ୍ ଏ, ଭିଟାମିନ୍ ବି ଏବଂ ଭିଟାମିନ୍ ଡି ପ୍ରଚୁର ପରିମାଣର ରହିଥାଏ । ଏହାବ୍ୟତିତ ଏଥିରେ କ୍ୟାଲସିୟମ, ପ୍ରୋଟିନ ଏବଂ ଲ୍ୟାକ୍ଟକ ଏସିଡ ଭରପୁର ମାତ୍ରାରେ ରହିଥାଏ ।
ଖୀର ଏବଂ ମହୁ ର କମ୍ବିନେଶନ ଶରୀରକୁ ସୁସ୍ଥ ରଖିବା ସହିତ ହାଡ ରୋଗ, ବୟସ ଅନୁସାରେ ହେଉଥିବା ଆଣ୍ଠୁଗଣ୍ଠି ଦରଜ ଦୂର କରିଥାଏ । କାରଣ ଖୀର ଏବଂ ମହୁରେ ପ୍ରର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ରହିଥାଏ । ଗରମ ଖୀରରେ ମହୁ ମିଶାଇ ପିଇବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରେ ବି ଫାଇଦା ହୋଇଥାଏ ।
ଖୀର ଏବଂ ମହୁ ଦ୍ୱାର କେବଳ ତ୍ୱଚାରେ ଚମକ ଆସିନଥାଏ ବରଂ ଏହା ଶରୀରକୁ ବି ଆରାମ ଦେଇଥାଏ । ପୁରାତନ କାଳରୁ ଗ୍ରୀକ, ରୋମାନ, ଇଜିପ୍ଟ, ଭାରତ ଆଦି ଦେଶରେ ଯୁବା ଦେଖା ଯିବା ପାଇଁ ଆଣ୍ଟିଜେନ୍ ପ୍ରପର୍ଟି ରୂପେ ଖୀର ଏବଂ ମହୁ ସେବନ କରାଯାଇଥାଏ ।
ଖୀରରେ ମହୁ ମିଶାଇ ପିଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ ଏବଂ ତ୍ୱଚାରେ ଚମକ ଆସିଥାଏ । ସେହିପରି ଗରମ ଖୀରେ ମହୁ ମିଶାଇ ପିଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ । ଏହା ନର୍ଭ ସେଲ୍ସ ଏବଂ ନର୍ଭସ ସିଷ୍ଟମକୁ ଆରାମ ପହଁଚାଇବାର କାମ କରିଥାଏ । ଏହାବ୍ୟତିତ ଖୀର ଏବଂ ମହୁ ସେବନ କରିବା ଦ୍ୱାରା ଡାଇବେଟିସ ସିଷ୍ଟମରେ ସୁଧାର ଆସିବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ଛଟକାରା ମିଳିଥାଏ । ଏହାସହିତ ଶରୀରକୁ ଶକ୍ତି ମିଳିଥାଏ ।