ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଶୁଣିଥିବେ କି ସୁସ୍ଥ ରହିବା ପାଇଁ ଖାଦ୍ୟରେ ଅଧିକରୁ ଅଧିକ ମାଛ ସାମିଲ କରିବା ଉଚିତ୍ । ଏହାର କାରଣ ହେଉଛି ମାଛରେ ପ୍ରଚୁର ନ୍ୟୁଟ୍ରିସିୟନ ଥାଏ । ଏହାସହିତ ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ ଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ।
ଭୋଜନରେ ଓମେଗା ୩ ଭରପୁର ମାତ୍ରାରେ ନେବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗ ହୋଇନଥାଏ । ଯଦି ଆପଣ ଆପଣଙ୍କ ଡାଏଟରେ ପ୍ରଚୁର ପରିମାଣର ମାଛ ସାମିଲ କରୁଛନ୍ତି ତେବେ ଆପଣଙ୍କୁ ମଧୁମେୟ ହେବାର ଆଶଙ୍କା କମ ହୋଇଥାଏ । ଷ୍ଟ୍ରୋକ ଏବଂ ହାର୍ଟ ଆଟାକ୍ ଭଳି ରୋଗରୁ ମଧ୍ୟ ସୁରକ୍ଷା ମିଳିଥାଏ ।
ମାଛରେ ଡିଏଚଏ ଏବଂ ଇପିଏ ଓମେଗା ୩ ଫ୍ୟାଟି ଏସିଡ ଥାଏ ଯାହା ଆପଣଙ୍କ ରକ୍ତ ଧମନିରେ ଥିବା କଣିକାକୁ ରକ୍ଷା କରେ । ଗବେଷଣାରୁ ସ୍ପଷ୍ଟ ହୋଇଛି କି ନିୟମିତ ରୂପେ ଭୋଜନରେ ମାଛ ସାମିଲ କରିବା ଦ୍ୱାରା ହାର୍ଟ ଆଟାକ୍ ହେବାର ଆଶଙ୍କ କମ ହୋଇଥାଏ । ଏହାସହିତ ମାଛରେ ପ୍ରୋଟିନ୍ ବି ଅଧିକ ମାତ୍ରାରେ ରହିଛି ଯେଉଁଥି ପାଇଁ ଆପଣଙ୍କର ମୋଟାବଲିଜିମ୍ ସ୍ଥର ବଢିଥାଏ । ଯଦି ଆପଣ ବି ଆପଣଙ୍କ ଡାଏଟରେ ପ୍ରୋଟିନ୍ ଭରପୁର ମାତ୍ରାରେ ଚାହୁଁଛନ୍ତି ତେବେ ମାଛ ଠାରୁ ଅଧିକ ଭଲ ଖାଦ୍ୟ ଆଉ କିଛି ନାହିଁ । ଆପଣଙ୍କ ଶରୀରକୁ ମାଛ ଫିଟ୍ ରଖିବା ସହିତ ମାଂସପେଶୀକୁ ମଧ୍ୟ ମଜବୁତ୍ କରିଥାଏ । ମନୁଷ୍ୟ ମସ୍ତିସ୍କକୁ ସୁସ୍ଥ ରଖିବାରେ ମଧ୍ୟ ମାଛ ଖୁବ୍ ଉପଯୋଗୀ ହୋଇଥାଏ ।
ଆମେରିକାର କାର୍ଡିଓଲୋଜି ଜେନେରାଲଙ୍କ ଅନୁସାରେ, ମାଛ ଖାଇବା ଦ୍ୱାରା ହୃଦରୋଗ ହୁଏ ନାହିଁ । ମାଛରେ ଥିବା ଓମେଗା-୩ ଆପଣଙ୍କ ହାର୍ଟକୁ ମଜବୁତ ରଖିଥାଏ । ଏହାବ୍ୟତିତ ମସ୍ତିସ୍କ ଦୃତ ଗତିରେ କାମ କରିବା ସହ ଅଲଜାଇମର ରୋଗ ମଧ୍ୟ ହୋଇନଥାଏ । ଆଖି ଏବଂ ଶରୀର ପାଇଁ ମଧ୍ୟ ଏହା ଳାଭକାରୀ । ଏଥିରେ ଥିବା ଓମେଗା-୩ ଏସିଡ୍ ଯୋଗୁଁ ଦୃଷ୍ଟି ଶକ୍ତି ବି ବଢିଥାଏ ।
ମାଛ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । ଯଦି ଆପଣଙ୍କ ନିଦରେ ସମସ୍ୟା ରହିଛି ତେବେ ଏହା ମାଛ ଖାଇବା ଦ୍ୱାରା ଦୂର ହୋଇଯାଇଥାଏ । ମାଛରେ ଭିଟାମିନ୍ ଡି ଥାଏ ଯାହା ସୁଖ ନିଦ ଉପକାରୀ । ତ୍ୱାଚା ପାଇଁ ମଧ୍ୟ ମାଛ ଲାଭକାରୀ । ଏହାବ୍ୟତିତ କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶାଙ୍କ କମ ହୋଇଥାଏ ।
ଏହାବ୍ୟତିତ ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଅଛି ତେବେ ମାଛ ସେବନ କରନ୍ତୁ । ଏହାଦ୍ୱାରା ଉଚ୍ଚ ରକ୍ତଚାପ କମି ଯାଇଥାଏ । ସେପଟେ ମୋଟାପଣ ଦୂର କରିବା ପାଇଁ ମଧ୍ୟ ମାଛ ଖୁବ୍ ଫାଇଦା ହୋଇଥାଏ ।