ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ସ୍ୱାସ୍ଥ୍ୟ ପାଇ୍ୟ ଲାଭଦାୟକ ଅଦା । ଥଣ୍ଡା ହେଲେ ଅଧିକ ମାତ୍ରାରେ ଅଦା ସେବନ କରାଯାଇଥାଏ । କାରଣ ଏହା ଗରମ ଅଟେ । ଅଦାରେ ପ୍ରୋଟିନ୍, କାର୍ବୋହାଇଡ୍ରେଟସ, ଆୟରନ, କ୍ୟାଲସିୟମ ବହୁଳ ମାତ୍ରାରେ ରହିଛି । ତେବେ ଆଜି ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ଖଣ୍ଡେ ଅଦା ସେବନ ଦ୍ୱାରା କି ପ୍ରକାରର ଫାଇଦା ମିଳିଥାଏ ।
– ଗୋଟେ ଚାମଚ ଅଦା ରସରେ ଗୋଟେ ଚାମସ ଲେମ୍ବୁ ରସ ମିଶାଇ ସେବନ କରିବା ଦ୍ୱାରା ବାନ୍ତି ହେବା ସମସ୍ୟାରୁ ମୁକ୍ତି ମିଳିଥାଏ ।
– ଆଂଠୁ ଗଣ୍ଠି ଦରଜ ସମସ୍ୟା ପାଇଁ ଅଦା ଖୁବ୍ ଉପଯୋଗୀ । ଅଦାରେ ଆଣ୍ଟି-ଇଫ୍ଲେମେଟ୍ରି ଭରପୁର ମାତ୍ରାରେ ରହିଛି । ଯାହା ଆଂଠୁ ଗଣ୍ଠି ଦରଜ ସମସ୍ୟାକୁ ଦୂର କରିଥାଏ ।
– ଅଦା ସେବନ ଦ୍ୱାରା କୋଲେଷ୍ଟ୍ରଲ ମାତ୍ରା ସଠିକ ରହିଥାଏ । ଏହାସହିତ ରକ୍ତ ମଧ୍ୟ ଜମାଟ ବାନେ୍ଧ ନାହିଁ । ଯାହାଫଳରେ ଆପଣ ହାର୍ଟ ସମ୍ବନ୍ଧୀୟ ସମସ୍ୟାରୁ ଛୁଟକାରା ପାଇ ପାରିବେ ।