ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳ ଏବଂ ସବୁଜ ପନିପରିବା ସେବନ ମଣିଷ ଶରୀର ପାଇଁ ଖୁବ୍ ମହତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏଥିରୁ ଅନେକ ପ୍ରକାରର ପୋଷକ ତତ୍ୱ, ଆୟରନ, ମିନେରାଲ ଆଦି ମିଳିଥାଏ । ଯାହା ଆପଣମାନଙ୍କ ଶରୀରକୁ ମଜବୁତ ରଖିବା ସହ ରୋଗ ଠାରୁ ଦୂରେଇ ରଖିବାରେ ସାହାର୍ଯ୍ୟ କରିଥାଏ ।
ଫଳ ଏବଂ ପନିପରିବା ସେବନ କମ କରିବା ଦ୍ୱାରା ଶରୀର ଦୁର୍ବଳ ହୋଇଯିବା ସହ ବିଭିନ୍ନ ରୋଗ ମାଡି ବସିଥାଏ । ଫଳରେ ଭିଟାମିନ୍ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଆପଣଙ୍କ ଶରୀରର ଇମ୍ୟୁନ ସିଷ୍ଟମ ମଜବୁତ ରଖିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଫଳ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଫଳ ବୋଲି କୁହାଯାଏ । ଯାହାର ନାମ ହେଉଛି କ୍ୱିବି । ଫଳଟି ଦେଖିବାକୁ ସାମାନ୍ୟ ସବୁଜ ରଙ୍ଗର । ଗୋଟିଏ ଫଳର ଓଜନ ୪୦ ରୁ ୫୦ ଗ୍ରାମ । ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ରହିଥାଏ । ଏହି ଫଳକୁ ଖାଇବା ଦ୍ୱାରା ଆଖି ସିମ୍ବନ୍ଧୀୟ ରୋଗ ଦୂର ହୋଇଯାଇଥାଏ । ଏହାସହିତ ଆଣଣ୍ଠୁ ଗଣ୍ଠି ସମସ୍ୟା ଏବଂ ଶରୀରର ଅନ୍ୟ ସମସ୍ତ ଦରଜ ସମସ୍ୟା ଦୂର ହୋଇଥାଏ ।
କ୍ୱିବି ସେବନ କରିବା ଦ୍ୱାରା ଶରୀରର ପାଚନ ତନ୍ତ୍ର ସଠିକ୍ ରହି ରହିଥାଏ । ଏବଂ ପେଟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ । କାରଣ ଏଥିରେ ପ୍ରଜରୁ ପରିମାଣର ଫାଇବର ଥାଏ, ଯାହା ପେଟ ଗ୍ୟାସ ଆଦି ସମସ୍ୟାକୁ ମୂଳରୁ ମାରି ଦେଇଥାଏ । ପ୍ରତିଦିନ ସକାଳ ଏବଂ ସଂନ୍ଧ୍ୟାରେ ଏହି ଫଳ ସେବନ କରିବା ଦ୍ୱାରା ନିଦ ନହେବାର ରୋଗ ଦୂର ହୁଏ । ଫଳରେ ପର୍ଯ୍ୟାପ୍ତ ପରିମାଣର ନିଦ ହୋଇଥାଏ ।