ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଅମୃତ ଭଣ୍ଡା କାଟିବା ପରେ ତା ମଞ୍ଜିକୁ ଫିଙ୍ଗି ଦିଆଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଛୋଟ କଳା ଦାନା ଭଳି ଦିଶୁଥିବା ଏହି ମଞ୍ଜିର ଫାଇଦା ବିଷୟରେ । ଆଜ୍ଞା ହଁ ଅମୃତ ଭଣ୍ଡା ମଞ୍ଜିରେ ଅନେକ ଉପକାରୀ ଗୁଣ ରହିଛି । ଏହାଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ।
ଯଦି ଆପଣମାନେ ବି ଅମୃତଭଣ୍ଡା ମଞ୍ଜିର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତାର ମଞ୍ଜିକୁ ଶୁଖାଇ ଗୁଣ୍ଡ କରି ନିଅନ୍ତୁ ଏବଂ ଏକ ଡିବାରେ ରଖି ଦିଅନ୍ତୁ । କାରଣ ଆଜି ଆମେ ଆପଣଙ୍କୁ ଅମୃତ ଭଣ୍ଡା ମଞ୍ଜିର ଫାଇଦା ସହିତ ଔଷଧୀୟ ଗୁଣ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ସହଜରେ ଅନେକ ରୋଗରୁ ରକ୍ଷା ପାଇ ପାରିବେ ।
ତ୍ୱଚା ପାଇଁ ଉପଯୋଗୀ ଅମୃତ ଭଣ୍ଡା ମଞ୍ଜି । ଏଥିରେ ଏଭଳି ଗୁଣ ରହିଛି ଯାହା ଶରୀର ପାଇଁ ବହୁତ ଜରୁରୀ । ସେଥିପାଇଁ ଆପଣ ଅମୃତଭଣ୍ଡା ମଞ୍ଜିକୁ ଚୋବେଇକି ଖାଆନ୍ତୁ ।
ବହୁତ କମ ଲୋକ ଜାଣିଥିବେ ଫୁଲାଫୁଲି କମ କରିବାରେ ଅମୃତ ଭଣ୍ଡା ମଞ୍ଜି ସହାୟକ ହୋଇଥାଏ । ଏହି ମଞ୍ଜିରେ ଥିବା ଗୁଣ ଆଂଠୁ ଗଣ୍ଠି ଫୁଲା ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।
ସେହିପରି ହାର୍ଟ ସହ ଜଡିତ ସମସ୍ୟାରୁ ଛୁଟକାରା ଦେଇଥାଏ ଅମୃତ ଭଣ୍ଡା ମଞ୍ଜି । ଏହାବ୍ୟତିତ ଯଦି ଆପଣ ନିୟମିତ ଅମୃତ ଭଣ୍ଡା ମଞ୍ଜି ସେବନ କରିବେ ତେବେ ଲୋ ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ରହିପାରିବ ।