ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୀତଦିନରେ ଶିମଲା ଲଙ୍କା ଖାଇବାର ମଜା କିଛି ଅଲଗା । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ବିଟା କ୍ୟାରୋଟିନ୍ ପ୍ରଚୁର ପରିମାଣର ରହିଥାଏ । ବିଭିନ୍ନ ତରକାରୀରେ ଶିମ୍ଲା ଲଙ୍କା ବ୍ୟବହାର କରାଯାଇ ପାରିବ । ଏଥିରେ ବହୁତ କମ ମାତ୍ରାରେ କ୍ୟାଲୋରୀ ଥାଏ । ଯାହାଦ୍ୱାରା ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ କରିଥାଏ । ତେବେ ଆସନ୍ତୁ ଜାଣିବା ଶିମ୍ଲା ଲଙ୍କାର ଫାଇଦା ବିଷୟରେ ।
ଯେଉଁ ବ୍ୟକ୍ତି ମୋଟାପଣ କମ୍ କରିବାକୁ ଚାହୁଁଛନ୍ତି ସେମାନେ ସିମ୍ଲା ଲଙ୍କା ପ୍ରୟୋଗ କରିପାରିବେ । ସିମ୍ଲା ଲଙ୍କାରେ ବହୁତ କମ ମାତ୍ରାର କ୍ୟାଲୋରର ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ମେଟାବଲିଜିମ୍ ଭଲ ରହିଥାଏ ।
ଶିମ୍ଲା ଲଙ୍କାରେ ଅନେକ ପୋଷକ ତତ୍ୱ ରହିଛି ଯାହା ଶରୀର ପାଇଁ ବେଶ୍ ମହତ୍ୱପୂର୍ଣ୍ଣ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଫଲେୱାନାଇଡ୍ସ, ଅଲ୍କାଲଏଡ୍ସ ପ୍ରଚୁର ପରିମାଣର ଥାଏ । ଏଥିପାଇଁ ଏହା ଆଣ୍ଟି ଇଂଫଲେମେଟରୀ,ଏନଲଜେଷ୍ଟିକ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭଳି କାର୍ଯ୍ୟ କରିଥାଏ ।
ଶିମ୍ଲା ଲଙ୍କାରେ ଆୟରନର ମାତ୍ରା ପ୍ରଚୁର ପରିମାଣର ଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଆୟରନ ଅଭାବ ଦେଖାଯାଏ ନାହିଁ । ଏହାସହିତ ରକ୍ତ ଅଭାବ ଦୂର ହୁଏ ।