ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୀତଦିନେ ଯେତିକି ଅଧିକ ସ୍ୱାସ୍ଥ୍ୟର ଧ୍ୟାନ ରଖିବେ ସେତିକି ସୁସ୍ଥ ରହିବେ । ସେଥିପାଇଁ ଶିତଦିନେ ଅଧିକାଂଶ ଲୋକ ଭିଜା ହୋଇଥିବା ପିସ୍ତା ବାଦାମ ସେବନ କରନ୍ତି । କିନ୍ତୁ କେବେ ଆପଣ ଭାବିଛନ୍ତି କି ପିସ୍ତା ବାଦାମକୁ କାହିଁକି ଭିଜେଇକି ସେବନ କରାଯାଏ । ତେବେ ଆସନ୍ତୁ ଜାଣିବା ଭିଜା ପିସ୍ତା ବାଦାମା ସେବନ ଦ୍ୱାରା କେଉଁ କେଉଁ ଫାଇଦା ହୋଇଥାଏ ।
ପ୍ରକୃତରେ ଚୋପା ସହିତ ବାଦାମ ସେବନ କରିବା ଦ୍ୱାରା ଯେତିକି ଫାଇଦା ହୋଇନଥାଏ ଯେତିକି ଚୋପା ଛଡା ବାଦାମ ସେବନ ଦ୍ୱାରା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଚୋପା ଆପଣଙ୍କ ପୋଷଣକୁ ରୋକିଥାଏ । ଆଜ୍ଞା ହଁ ଟ୍ୟାନିନ ନାମକ ଏକ ତତ୍ୱ ବାଦାମ ଚୋପାରେ ରହିଥାଏ, ଯାହା ଏହି ପୋଷକ ତତ୍ୱରେ ଅବଶୋଷଣକୁ ରୋକିଥାଏ ।
ଯଦି ଆପଣ ଶୁଖିଲା ବାଦାମ ଖାଉଛନ୍ତି ତେବେ ସେଥିରୁ ଚୋପା ଚଢାଇବା ସମ୍ଭବ ନୁହେଁ । କିନ୍ତୁ ବାଦାମକୁ ପାଣିରେ ଭିଜାଇବା ଦ୍ୱାରା ଚୋପା ସହଜରେ ବାହାରି ଯାଇଥାଏ । ଏହାପରେ ସେହି ଚୋପା ଚଢା ହୋଇଥିବା ବାଦାମ ସେବନ କରିବା ଦ୍ୱାରା ବାଦାମର ପୁର ପୋଷଣ ମିଳିଥାଏ । ସେଥିପାଇଁ ଶୁଖିଲା ବାଦାମ ସେବନ କରିବା ବଦଳରେ ଭିଜା ବାଦାମ ସେବନ କରିବା ଫାଇଦା ହୋଇଥାଏ । ଏବେ ଆସନ୍ତୁ ଜାଣିବା ଏହାର ୫ଟି ଫାଇଦା ବିଷୟରେ..
– ଭିଜା ହୋଇଥିବା ବାଦାମ ସେବନ କରିବା ଦ୍ୱାରା ପାଚନ କ୍ରିୟା ସନ୍ତୁଳିତ ରହିଥାଏ ।
– ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିାଡଣ୍ଟ ରହିଥାଏ, ଯାହା ବୟସ ବଢାଇବାକୁ ନିୟନ୍ତ୍ରିତ କରିଥାଏ ।
– ରକ୍ତରେ ଅଳ୍ଫାକ ଟୋକୋଫେରଲ ର ମାତ୍ରା ବଢାଇଥାଏ ବାଦାମ, ଯାହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।
– ଭିଜା ହୋଇଥିବା ବାଦାମ ଭଲ କୋଲେଷ୍ଟ୍ରଲ ଏବଂ ଖରାପ କୋଲେଷ୍ଟ୍ରଲକୁ ବଢାଇଥାଏ ।
– ଏଥିରେ ରିଚ୍ ଫୋଲିକ ଏସିଡ ରହିଛି, ଯାହା ଗର୍ଭାବସ୍ଥାରେ ଶିଶୁର ମସ୍ତିଷ୍କ ଏବଂ ନୁରୋଲଜି ସିଷ୍ଟମର ବିକାଶରେ ସହାୟକ ହୋଇଥାଏ ।