ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ଶୋରିଷ ତେଲ ଖୁବ୍ ଲାଭ ଦାୟକ । ଏଥିରେ ଥିବା ଭିଟାମିନ, ମିନେରାଲସ୍ ଏବଂ ଅନ୍ୟ ପୋଷକ ତତ୍ୱ ଶରୀରକୁ ଅନେକ ଫାଇଦା ଦେଇଥାଏ । ରାତିରେ ଶୋଇଲା ବେଳେ ଶରୀରର ଏହି ଅଙ୍ଗରେ ଶୋରିଷ ତେଲ ଲଗେଇ ଶୋଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହିତ ତ୍ୱଚାରେ ଚମକ ଆସିଥାଏ ।
ନାଭି: ଯଦି ଆପଣଙ୍କ ଓଠ ଫାଟୁଛି, ତେବେ ରାତିରେ ଶୋଇଲା ବେଳେ ନାଭିରେ ଶୋରିଷ ତେଲ ଲଗେଇକି ଶୁଅନ୍ତୁ । ଏହିଭଳି କରିବା ଦ୍ୱାରା ଓଠ ସୁନ୍ଦର ଏବଂ କୋମଳ ହୋଇଥାଏ । ଏହାବ୍ୟତୀତ ପେଟ ଦରଜ ସମସ୍ୟା ଦୂର ଥାଏ ଏବଂ ପାଚନ ସମ୍ବନ୍ଧୀୟ ଲାଭ ହୋଇଥାଏ ।
ତଳି ପାଦ: ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଶୋରିଷ ତେଲ ତଳିପାଦରେ ମାଲିସ କରି ଶୁଅନ୍ତୁ । ଏହାଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ଏହାସହିତ ଭଲ ନିଦ ମଧ୍ୟ ହୋଇଥାଏ । ଏବଂ ପୁରୁଷମାନଙ୍କ ଶରୀର ସୁସ୍ଥ ଓ ମଜବୁତ୍ ହୋଇଥାଏ ।
ଖଣ୍ଡିଆ ହୋଇ ଥିବା ସ୍ଥାନ:ଯଦି ଆପଣଙ୍କ ଶରୀରର କୌଣସି ଅଙ୍ଗରେ କ୍ଷତ ହୋଇଛି ତେବେ ସେହି ସ୍ଥାନରେ ଶୋରିଷ ତେଲ ଲଗାଇ ଦିଅନ୍ତୁ । ଏହାଫଳରେ ଘା’ ବହୁତ ଶୀଘ୍ର ଶୁଖି ଯାଇଥାଏ ।