ଭୁବନେଶ୍ୱର (ଏଟିଆର ବ୍ୟୁରେ): ଆମେ ଲକ୍ଷ ଲକ୍ଷ ଟଙ୍କା ବିଭିନ୍ନ ଡାକ୍ତରୀ ଔଷଧ କିଣିବାରେ ଖର୍ଚ୍ଚ କରିଥାଉ । ବେଳେ ବେଳେ ଏହି ଔଷଧ ଆମର ରୋଗ ଠିକ କରିଥାଏ ତ ପୁଣି କେତେ ବେଳେ ଏହାର ପାଶ୍ୱର୍ପ୍ରତିକିୟା ଭୟ ମଧ୍ୟ ଆମ ମନରେ ରହିଥାଏ । ହେଲେ ଏପରି କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି ଯାହା ବ୍ୟବହାର କରି ଆମେ ଅନେକ ରୋଗରୁ ରକ୍ଷାପାଇ ପାରିଥାଉ । ତେବେ ଆସନ୍ତୁ ଆଜି ଆମେ ଜାଣିବା ସେହିଭଳି କିଛି ଘରୋଇ ସାମଗ୍ରୀ ବିଷୟରେ ଯାହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାଠାରୁ ରକ୍ଷା କରିବ ।
ଗୁଜୁରାତି , ଏହା ସ୍ୱାଦ ଯେପରି ବସ୍ନା ମଧ୍ୟ ସେହିପରି । ଏହାକୁ ଆମେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ ଖାଦ୍ୟର ସ୍ୱାଦ ବଢାଇବା ପାଇଁ, ହେଲେ ଆପଣ କେବେ ଜାଣିଥିଲେ କି ଏହି ଗୁଜୁରାତି ଆପଣଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାକୁ ମଧ୍ୟ ଭଲ କରିବାରେ ସାହାର୍ଯ୍ୟ କରେ ବୋଲି । ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ରୋଗ ଓ କିପରି ଗୁଜୁରାତି ଏହାକୁ ଭଲ କରିବାରେ ସାହାର୍ଯ୍ୟ କରିଥାଏ ।
ଆପଣଙ୍କର ମନ ସବୁ ବେଳେ ବିଚଳିତ ହେଉଛି କି ତେବେ ଆପଣ ପ୍ରତିଦିନ ଦୁଇରୁ ତିନିଥର ଗୁଜୁରାତି ଖାଇବା ଦରକାର । ଯାହାଦ୍ୱାରା ଆପଣଙ୍କର ରକ୍ତ ସଞ୍ଚାଳନ ଠିକ ହେବ ଓ ଆପଣଙ୍କ ମନ ଯେଉଁଭଳି ଭାବରେ ବିଚଳିତ ହେଉଥିଲା ତାହା ମଧ୍ୟ କମ ହେବ ।
ଗୁଜୁରାତି ସଠିକ ପାଚନକ୍ରିୟା କରିବାରେ ସାହାର୍ଯ୍ୟ କରେ । ଯେଉଁ ବ୍ୟକ୍ତିଙ୍କର ପାଚନକ୍ରିୟା ଠିକ ଭାବରେ ହେଉନାହିଁ ସେମାନେଙ୍କ ପାଇଁ ଗୁଜୁରାତି ଏକ ବରଦାନ ସଦୃଶ୍ୟ ଅଟେ । ସକାଳୁ ଯଦି ଆପଣ ଗୁଜୁରାତିକୁ ଗରମପାଣିରେ ଫୁଟାଇ ସେହି ଫୁଟାପାଣିକୁ ପିଇବେ ତେବେ ଏହା ଆପଣଙ୍କର ପାଚନକ୍ରିୟାକୁ ଠିକ ରଖିବ ।