(ଏଟିଆର ବ୍ୟୁରୋ): ଅନେକ ଲୋକଙ୍କ ପସନ୍ଦ ଚିପ୍ସ । ସ୍ନାକ୍ସ ରୂପେ ଲୋକେ ଏହାକୁ ସେବନ କରିଥାନ୍ତି । ବଜାରରେ ବିଭିନ୍ନ ଫ୍ଲେବରର ଚିପ୍ସ ଉପଲବ୍ଧ । କିନ୍ତୁ ଆପଣ ଜାଣିଛନ୍ତି କି, ଚିପ୍ସ ସେବନ ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା
ଏବେ ବଜାରକୁ ନକଲି ଚିପ୍ସ ଆସୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଅଧିକ ପ୍ଲାଷ୍ଟିକ ଥାଏ । ଚିପ୍ସ ସେବନ ଦ୍ୱାରା ଶରୀରରେ ପାଚନ ତନ୍ତ୍ର ଖରାପ ହୋଇଯାଏ । ଯେଉଁଥି ପାଇଁ ଭୋକ ହୁଏ ନାହିଁ ଏବଂ ବ୍ୟକ୍ତି ପତଳା ହୋଇଯାନ୍ତି ।
ଛଣା ଯାଇଥିବା ଚିପ୍ସ ସେବନ ଶରୀର ପାଇଁ ହାନିକାରକ । ଡାକ୍ତରଙ୍କ ମୁତାବକ, ଚିପ୍ସ ଖାଇବା ଦ୍ୱାରା ମୁହଁରେ ବ୍ରଣ ହୋଇଥାଏ । ଏହା ସହିତ ତ୍ୱଚା ଖରାପ ହୋଇ ଯାଇଥାଏ ।
ଆପଣ ଚିପ୍ସ ସେବନ କରି ପାରିବେ କିନ୍ତୁ ଅଧିକ ଚିପ୍ସ ଶରୀର ପାଇଁ ହାନିକାରକ । ଚିପ୍ସ ସେବନ ଦ୍ୱାରା ଅଧିକାଂଶ କ୍ଷେତ୍ରରେ କେଶ କୁଣ୍ଡାଇ ହେବା ସହ କେଶ ଦୁର୍ବଳ ହୋଇ ଝଡିବା ଆରମ୍ଭ କରେ ।