ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ପର୍କରେ ଭଲପାଇବା ଏବଂ ବିଶ୍ୱାସ ଦୁଇଟି ଯାକ ରହିବା ନିହାତି ଜରୁରୀ । ଯଦି ଜୀବନସାଥୀ ଉପରେ ଆପଣଙ୍କର ବିଶ୍ୱାସ ନାହିଁ ତେବେ ଏହି ସମ୍ପର୍କ ବେଶୀ ଦିନ ପର୍ଯ୍ୟନ୍ତ ରହିନଥାଏ । ଆପଣଙ୍କ ଜୀବନସାଥୀ ଦୁନିଆର ସବୁଠୁ ବେଷ୍ଟ ବୋଲି ଅନେକ ସମୟରେ ଆପଣ ଭାବୁଥିବେ ନିଶ୍ଚିତ, କିନ୍ତୁ ଏଭଳି କିଛି ନୁହେଁ । କାରଣ ଆପଣଙ୍କ ଭଲ ପାଇବା ତାଙ୍କ ପ୍ରତି ଏତେ ମାତ୍ରାରେ ଥାଏ ଯେ ଜାଣିପାରନ୍ତି ନାହିଁ କି ଜୀବନସାଥୀ ଆପଣଙ୍କ ପାଇଁ କେତେ ଭଲ ଏବଂ ସାରା ଜୀବନ ତାଙ୍କ ସହ ଜୀବନ ବିତାଇ ପାରିବେ କି ନାହିଁ । ସେଥିପାଇଁ ଜୀବନସାଥୀଙ୍କୁ ନେଇ ଜୀବନରେ ଆଗକୁ ବଢିବା ପୂର୍ବରୁ ଆପଣ ଏହି ବିଷୟରେ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ କିଭଳି ଜାଣିବେ ଜୀବନରେ ଆପଣ ଭୁଲ୍ ଜୀବନସାଥୀ ବାଛିଛନ୍ତି ବୋଲି ।
ଅନ୍ୟର ପ୍ରଶଂସା କରିବା: ସବୁବେଳେ ଆପଣଙ୍କ ସାମ୍ନାରେ ଅନ୍ୟର ପ୍ରଶଂସା କରିବା ଏବଂ ଆପଣଙ୍କ ପ୍ରତି କୌଣସି ଭାବନା ନଥିବା । ଏଭଳି ସ୍ଥିତିରେ ବୁଝିଯିବା ଦରକାର କି ଆପଣଙ୍କ ପ୍ରତି ଜୀବନସାଥୀଙ୍କର କୌଣସି ଆନ୍ତରିକତା ନାହିଁ ।
ଆପଣଙ୍କ କଥାକୁ ଭୁଲିବା: ଅନେକ ଥର ଏଭଳି ହୋଇଥାଏ କି ଆପଣଙ୍କୁ ଆପଣଙ୍କର ଜୀବନସାଥୀଙ୍କ ସମସ୍ତ କଥା ମନେଥିବ, କିନ୍ତୁ ସେ ଆପଣଙ୍କର କଥାକୁ ମନେ ରଖିବା ବଦଳରେ ଭୁଲି ଯାଇଥାନ୍ତି । ଏହା ମଧ୍ୟ ଏକପ୍ରକାରର ସଂକେତ ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ସଠିକ୍ ନୁହଁନ୍ତି । ଏଭଳି ସମ୍ପର୍କକୁ ଆଗକୁ ବଢେଇବା ପୂର୍ବରୁ ଭଲ ଭାବେ ଭାବିବା ଉଚିତ୍ ।
ଭାବନାତ୍ମକ ରୂପେ ସାଥ୍ ନେଦବା: ଯଦି ଆପଣଙ୍କ ଖରାପ ସମୟରେ ଜୀବନସାଥୀ ଜଣଙ୍କ ଆପଣଙ୍କ ସାଥ୍ ଦେଉନଥିବେ ।ଏହାର ଅର୍ଥ ସେ ଆପଣଙ୍କୁ ଭଲ ପାଉ ନାହାନ୍ତି ଏବଂ ଆପଣ ଅଯଥାରେ ଆପଣଙ୍କ ସମୟ ନଷ୍ଟ କରୁଛନ୍ତି ।
ଜୀବନସାଥୀଙ୍କ ସହ ଖୁସିରେ ନ ରହିବା: ଆପଣ ଆପଣଙ୍କ ଜୀବନସାଥୀଙ୍କ ସହ ଦୀର୍ଘ ଦିନ ରହିଲା ପରେ ଯଦି ଆପଣ ସବୁ କଥାରେ ଚିଡ୍ ଚିଡ୍ ହେଉଥିବେ,ଏହାର ଅର୍ଥ ଆପଣ ତାଙ୍କ ସହ ଖୁସିରେ ନାହାନ୍ତି । ସେ ଆପଣଙ୍କ ପାଇଁ ଭଲ ମଣିଷ ନୁହଁନ୍ତି ।