ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଚାଉଳ ପ୍ରାୟ ପ୍ରତ୍ୟେକ ଘରେ ପ୍ରତିଦିନ ଖିଆଯାଏ । ଚାଉଳରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଯାହାକୁ ସଭିଏଁ ଆଗ୍ରହର ସହ ସେବନ କରିଥାନ୍ତି । ସେ ଗରିବ ହେଉଁ କି ବଡ ଲୋକ ସମସ୍ତଙ୍କ ଘରେ ଚାଉଳ ଏକ ମୁଖ୍ୟ ଖାଦ୍ୟ ଅଟେ । ତେବେ ମୁଖ୍ୟତଃ ଭାରତର ପୂର୍ବ ଏବଂ ଉତ୍ତର ଭାଗରେ ପ୍ରତ୍ୟେକ ଘରେ ପ୍ରତିଦିନ ଚାଉଳ ତିଆରି କରାଯାଏ । ଲୋକମାନେ ଏହାକୁ ଅତି ଉତ୍ସାହର ସହିତ ଖାଆନ୍ତି । କିନ୍ତୁ ଆପଣ ଜାଢ଼ଣିଛନ୍ତି କି ଚାଉଳର ଅଧିକ ସେବନ ହେବା ଫଳରେ ଏହା ଆମ ଶରୀରକୁ କ୍ଷତି ବି ପହଞ୍ଚଇ ପାରେ । ଚାଉଳକୁ ଅଧିକ ଖାଇବା ଫଳରେଏହା ହୃଦୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଚାଉଳ ଭାରତୀୟ ପରିବାରର ଥାଳିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯଦିଓ ଚାଉଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ନୁହେଁ , କିନ୍ତୁ ଚାଉଳର ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।
ତେବେ ଆସନ୍ତୁ ଜାଣିବା ଚାଉଳର ସେବନ ଶରୀରରେ କିପରି ପ୍ରଭାବିତ କରାଏ-
– ରାତିରେ ଚାଉଳ ଖାଇବା ଦ୍ୱାରା ଏହା ଆମ ଶରୀର ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇପାରେ କାରଣ ଆମେ ରାତ୍ରୀ ଭୋଜନ ପରେ ଶୋଇପଡୁ ଯାହାଫଳରେ ହଜମ ପ୍ରକ୍ରିୟାରେ ଏହା ପ୍ରଭାବ ପକାଇଥାଏ । ଅନ୍ୟପଟେ ଆଜିକା ସମୟରେ ପ୍ରାୟ ପ୍ରତ୍ୟେକଙ୍କ ଠାରେ ସୁଗାର ଓ ହୃଦୟ ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହି ରୋଗୀମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଚାଉଳର ଯେଉଁ ପରିମାଣରେ ସେବନ ହେଉଛି ସେହିପରିମାଣରେ ଆମେ ଶାରିରୀକ ପରିଶ୍ରମ କରୁନଥିବାରୁ ଏହା ଆମୁ ଅଧିକ କ୍ଷତି ପହଞ୍ଚାୁଛି ।
– ପୂର୍ବରୁ ଲୋକମାନେ ଚାଉଳକୁ ମୁଖ୍ୟ ଖାଦ୍ୟ ରୂପେ ସେବନ କରୁଥିଲେ । ଏବଂ ସେହି ପରିମାଣର ଶାରିରୀକ ପରିଶ୍ରମ ମଧ୍ୟ କରୁଥିଲେ । କିନ୍ତୁ ପୂର୍ବ ତୁଳନାରେ, ଆଜିର ସମୟରେ ଆମେ ସେହି ପରିମାଣର ଶାରିରୀକ କାର୍ଯ୍ୟକରୁନାହୁଁ । ଆଜିର ସମୟରେ ଅଧିକାଂଶ ଲୋକ ଅଫିସ୍ କାମ କରନ୍ତି । ଯେଉଁଥିପାଇଁ ସେମାନଙ୍କୁ ଦିନସାରା ଗୋଟିଏ ସ୍ଥାନରେ ବସିବା ପରେ ମଧ୍ୟ କାମ କରିବାକୁ ପଡିବ । ଏହି ଉପାୟରେ ଅଧିକ ଚାଉଳ ଖାଇବା କ୍ଷତିକାରକ ହୋଇପାରେ ।
– ଅନ୍ୟପଟେ ଯେଉଁ ଚାଉଳ ଉତ୍ପାଦନ ହେଉଛି ସେହି ଚାଉଳ ଅର୍ସେନିକ୍, ଯେଉଁଥିପାଇଁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ମଞ୍ଚେଷ୍ଟର ଏବଂ ସାଲଫୋର୍ଡ ୟୁନିଭରସିଟିର ଏକ ଅନୁସନ୍ଧାନ ଅନୁଯାୟୀ ଚାଉଳ ଚାଷ ହୋଇଥିବା ମାଟିରେ ଅଧିକ ପରିମାଣର ଆର୍ସେନିକ ଥାଏ। ଯାହା ଆମ ଶରୀରରେ ପହଞ୍ଚେ ଏବଂ ବିଷାକ୍ତ ପଦାର୍ଥ ସହିତ ମିଶିଯାଏ, ଏହା ହୃଦ୍ ରୋଗର ସମସ୍ୟା ସୃଷ୍ଟି କରିପାରେ ।
ଅଧିକ ଚାଉଳ ସେବନ ବିପଦ, ପଢନ୍ତୁ ପୂରା ରିପୋର୍ଟ
Tags #AtrNews #Lifestyle