ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତମାଖୁ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହାନିକାରକ । ଏହାକୁ ନେଇ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଜାରି କରିବା ପରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଚେତା ପଶୁନାହିଁ । ଏହାଦ୍ୱାରା ଅନେକ ଲୋକ କମ୍ ବୟସରେ ମୃତ୍ୟୁର ଶିକାର ହେଉଛନ୍ତି । ତଥାପି ଅନେକ ଲୋକ ତମାଖୁ ସେବନ କରୁଛନ୍ତି । ଏହି ଅଭ୍ୟାସକୁ ଛଡେଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତାରଫରୁ ଏକ ନୂତନ ପ୍ର୍ରୟାସ ଆରମ୍ଭ ହୋଇଛି । ଆଜ୍ଞା ହଁ, ଏବେ ବଜାରରେ ତମାଖୁ ବଦଳରେ ମିଳିବ ଦୁଇ କିମ୍ବା ଚାରି ମି.ଲି ଗ୍ରାମର ନିକୋଟିନ ଚୁଇଂଗମ । ଏହି ଚୁଇଂଗମ ଚୋବାଇବା ଦ୍ୱାରା ତମାଖୁ ଏବଂ ଧୁମ୍ରପାନର ଅଭ୍ୟାସ ଧିରେ ଧିରେ ଦୂର ହେବ ।
ଶରୀରରେ ଫୁସଫୁସ ଏବଂ ବୃକକ ନଷ୍ଟ ହେବା ସହିତ କର୍କଟ ରୋଗର ମୂଳ ଲକ୍ଷଣ ହେଉଛି ଧୁମ୍ରପାନ । ଏହାଦ୍ୱାରା ଅନେକ କ୍ଷତି ହୋଇଥାଏ । ଏବଂ ଅନ୍ୟ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପଡିଥାଏ ।
ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏନଟିପିସି ପୋଗ୍ରାମ ଜରିଆରେ ଲୋକମାନଙ୍କୁ ଧୂମ୍ରପାନ ସେବନର ଖରାପ ପ୍ରଭାବ ବିଷୟରେ ଅବଗତ କରାଯାଇ ପାରିବ । ଏହାସହିତ ଶରୀରରେ ଏହାର କି ପ୍ରଭାବ ରହିଛି ସେ ବିଷୟରେ ସଂପୂର୍ଣ୍ଣ ମେସିନ ଦ୍ୱାରା ଜାଣିହେବ । ଯାହା ଧୂମ୍ରପାନ ଅଭ୍ୟସ୍ତ ଲୋକମାନଙ୍କୁ ସାହାର୍ଯ୍ୟ ମିଳିପାରବ ।