ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏକ ଖଟା-ମିଠା ଡ୍ରାଏଫ୍ରୁଟ ହେଉଛି କିସମିସ । ଏହା ଅଙ୍ଗୁରକୁ ସୁଖା ଯାଇ ପ୍ରସ୍ତୁତ କରାଯାଇଥାଏ । କିସମିସ ରେ ଅଙ୍ଗୁରର ସମସ୍ତ ଗୁଣ ରହିଛି । ଶରୀର ପାଇଁ ଖୁବ୍ ଉପଯୋଗୀ କିସମିସ୍ । ଖାସକରି ଶୀତଦିନେ କିସମିସ୍ ସେବନ କରିବା ଦ୍ୱାରା ଅନେକ ରୋଗରୁ ଆଶ୍ୱସ୍ତି ମିଳିଥାଏ । ସାଧାରଣତଃ ଘର ମାନଙ୍କରେ କିସମିସ କୁ ଖିରୀରେ ବ୍ୟବହାର କରିଥାନ୍ତି । ଏହା ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ଏହାର ଅନେକ ଫାଇଦା ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ନିୟମିତ କିସମିସ ସେବନ କଲେ କେଉଁ ଫାଇଦା ମିଳିଥାଏ ।
ନିୟମିତ ରୂପେ କିସମିସ୍ ସେବନ କଲେ ଶରୀରକୁ ଶକ୍ତି ମିଳିଥାଏ । ଏହାଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ । କସମିସରୁ ପ୍ରାକୃତିକ ସୁଗାର ମିଳିଥାଏ, ଯାହା ସହଜରେ ହଜମ ହୋଇଯାଇଥାଏ । ଏଥିରେ କୋଲେଷ୍ଟ୍ରଲ ନଥାଏ, ସେଥିପାଇଁ ଏହା ହୃଦରୋଗୀଙ୍କ ପାଇଁ ଫାଇଦା ହୋଇଥାଏ ।
ଯଦି ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ୟା ଅଛି ତେବେ ନିୟମିତ କିସମିସ୍ ସେବନ କରିବା ଉଚିତ୍ । କୋଷ୍ଠକାଠିନ୍ୟ ପାଇଁ ଏହା ରାମବାଣ ସଦୃଶ କାମ କରିଥାଏ । ଧ୍ୟାନ ରଖିବା ଉଚିତ୍ କିସମିସ୍ କୁ ଭିଜାଇ ସେବନ କରିବା ଦ୍ୱାରା ଅଧିକ ଲାଭ ମିଳିଥାଏ ।
ଯଦି ଆପଣ ଓଜନ ବୃଦ୍ଧି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ ପାଇଁ କିସମିସ୍ ଫାଇଦା ହୋଇପାରେ । ନିୟମିତ ରୂପେ କିସମିସ୍ ସେବନ କରିବା ଦ୍ୱାରା ଆପଣ ସହଜରେ ଆପଣଙ୍କ ଓଜନ ନିୟନ୍ତ୍ରଣ କରି ପାରିବେ ।
ଯଦି ଆପଣ ହାଡ ମଜବୁତ ରଖିବାକୁ ଚାହୁଁଛନ୍ତି ତେବେ ନିୟମିତ କିସମିସ ସେବନ କରିବା ଉଚିତ୍ । ଏଥିରୁ ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ । ଯାହା ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ।