ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବିଶୃଙ୍ଖଳିତ ଖାଦ୍ୟ ଏବଂ ଖରାପ ବାୟୁ ପ୍ରଦୂଷଣ ଯୋଗୁଁ କେଶ ଝଡିବା ସାଧାରଣ ହୋଇଗଲାଣି । ସେ ପୁରୁଷ ହେଇଥାନ୍ତୁ ବା ମହିଳା ସମସ୍ତଙ୍କର ବହୁଳ ମାତ୍ରାରେ କେଶ ଝଡୁଛି । କିଛି ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ଯେ କେଶ ଝଡି ସେମାନେ ଚନ୍ଦା ହୋଇ ଯାଉଛନ୍ତି । ଯାହାଫଳରେ ସେମାନଙ୍କୁ କୃତ୍ରିମ କେଶ ଲଗାଇବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣାଇଲା ପରେ ଆପଣଙ୍କ କେଶ ଝଡିବା ବନ୍ଦ ହୋଇଯିବ ।
ପିଆଜ ରସ : ପିଆଜ ରସ କେଶ ପାଇଁ ଖୁବ୍ ଲାଭକାରୀ । ଗୋଟେ କିମ୍ବା ଦୁଇଟି ପିଆଜ ନେଇ ପେଷ୍ଟ କରନ୍ତୁ । ଏହାପରେ ସେହି ପେଷ୍ଟକୁ କେଶ ମୂଳରେ ଲଗାନ୍ତୁ । ଏକ ଘଂଟା ପରେ କେଶକୁ ଧୋଇ ଦିଅନ୍ତୁ । ଏଭଳି ସପ୍ତାହରେ ୨ ରୁ ୩ ଥର କରିବା ଦ୍ୱାରା କେଶ ଝଡିବା ଧୀରେ ଧୀରେ କମ ହୋଇ ଯାଇଥାଏ ।
ଗ୍ରୀନ ଟି: କେଶ ଝଡିବାରୁ ରୋକିବା ପାଇଁ ଗ୍ରୀନ ଟି ଭଲ ଉପାୟ । ସେଥିପାଇଁ ଗ୍ରୀନ ଟି କୁ ପାଣିରେ ମିଶାଇ ତାକୁ କେଶ ମୂଳରେ ଲଗାନ୍ତୁ । ପାଖାପାଖି ଘଂଟେ ପରେ ମୁଣ୍ଡ ଧୋଇ ଦିଅନ୍ତୁ । ଗ୍ରୀନ୍ ଟି ରେ ଥିବା ଆଣ୍ଟିଅକ୍ସିଡେଣ୍ଟ କେଶ ଝଡିବାରୁ ରକ୍ଷା କରିଥାଏ ।
ହେୟାର ମସାଜ: ଯଦି ଆପଣ ନିୟମିତ ହେୟାର ମସାଜ କରିବେ ତାହାଲେ କେଶ ଝଡିବ ନାହିଁ । ସେଥିପାଇଁ ଆପଣ ଅଲିଭ ତେଲ ହେଉ ବା ନଡିଆ ତେଲ କେଶରେ ମସାଜ କରନ୍ତୁ । ମସାଜ କରିବା ପୂର୍ବରୁ ତେଲକୁ ଉଷୁମ କରିନିଅନ୍ତୁ ।
ଲିମ୍ବ ପତ୍ର ଏବଂ ଘିକୁଆଁରି: ଏହି ଲିମ୍ବ ପତ୍ର ଏବଂ ଘିକୁଆଁରି ରସ କେଶ ଝଡିବାରୁ ରକ୍ଷା କରିଥାଏ । ଏହାସହିତ କେଶ ବଢିଥାଏ ଏବଂ ଗହଳିଆ ହୋଇଥାଏ ।