ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଣିଷ ଶରୀରର ପ୍ରମୁଖ ଅଙ୍ଗ ହେଉଛି ଲିଭର୍ । ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଥାଏ । ଏବଂ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଯଦି କୌଣସି ବ୍ୟକ୍ତିଙ୍କ ଲିଭର୍ ସଠିକ୍ ଭାବେ କାମ କରୁ ନାହିଁ ତେବେ ଜାଣିଯିବେ ଯେ ଜୀବନରେ ବିପଦର ଘଂଟି ବାଜିଗଲାଣି । କାରଣ ବିନା ଲିଭିର୍ ରେ ବଞ୍ଚିବା ଅସମ୍ଭବ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ କହିବାକୁ ଯାଉଛୁ, ଯାହା ଲିଭରରୁ ସମସ୍ତ ବିଷାକ୍ତ ପଦାର୍ଥକୁ ଦୂର କରିଦେବ ।
ପ୍ରଥମେ ଦୁଇ କପ ପାଣି ଫୁଟାଇବା ପାଇଁ ଗ୍ୟାସ ଉପରେ ରଖିଦିଅନ୍ତୁ । ଯେତେବେଳେ ପାଣି ଫୁଟିବା ଆରମ୍ଭ ହେବେ ସେତେବେଳେ ସେଥିରେ କିଛି କିସମିସ୍ ପକାଇ ଦିଅନ୍ତୁ । ଏହାପରେ କମ ତାପରେ ୨୦ ମିନିଟ୍ ପର୍ଯ୍ୟନ୍ତ ପାଣି ଫୁଟାନ୍ତୁ ଏବଂ ସାରା ରାତି ସେହି ପାଣିକୁ ଛାଡିଦିଅନ୍ତୁ ।
ପ୍ରତିଦିନ ସକାଳୁ ସେହି ପାଣିକୁ ପିଅନ୍ତୁ । ପାଣିରେ ଥିବା କିସମିସ୍ କୁ ନ ଫୋପାଡି ତାକୁ ଖାଦ୍ୟରେ ବ୍ୟବହାର କରିଦିଅନ୍ତୁ । ଆପଣଙ୍କୁ ଏହି ପାଣି ୩ ଦିନ ପର୍ଯ୍ୟନ୍ତ ପିଇବାକୁ ପଡିବ । ଏହାଦ୍ୱାରା ଆପଣଙ୍କ ଲିଭର୍ ସଫା ହୋଇଯିବ ଏବଂ ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ରହିବ ନାହିଁ ।
ଲିଭର୍ ଖରାପ ହେବାର ଲକ୍ଷଣ
– ଆଖି ତଳ କଳା ପଡିବା
– ପାଟିରୁ ଦୁର୍ଗନ୍ଧ ବାହାରିବା
– ପେଟ ଫୁଲିବା
– ପାଚନତନ୍ତ୍ରରେ ସମସ୍ୟା
– ତ୍ୱଚା ଧଳା ଦେଖାଯିବା
– ଆଖି ହଳଦିଆ ପଡିବା
ଲିଭର୍ ଖରାପ ହେବାର କାରଣ
– ବିଶୃଙ୍ଖଳିତ ଖାଦ୍ୟ ପାନୀୟ
– ଧୁମ୍ରପାନ କରିବା
– ଅଧିକ ମାତ୍ରାରେ ମଦ ପିଇବା