ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଥର ଛୋଟ ମୋଟ କାମ କରିବା ସମୟରେ ବିଦ୍ୟୁତ ଆଘାତ ଲାଗିଥାଏ । ଏହି ସମୟରେ କ’ଣ କରାଯିବ ସେଥିଲାଗି ମୁଣ୍ଡ ବିଲକୁଲ କାମ କରେ ନାହିଁ । ଏବଂ ହସ୍ପିଟାଲ ନେଇ ଗଲା ବେଳକୁ ଆଘାତ ଲାଗିଥିବା ବ୍ୟକ୍ତି ଜଣକ ଅଧିକ ଯନ୍ତ୍ରଣା କ୍ରମେ ଛଟପଟ ହୋଇଥାନ୍ତି । ସେଥିପାଇଁ ଆଘାତ ଲାଗିଥିବା ବ୍ୟକ୍ତି ଙ୍କୁ ହସ୍ପିଟାଲ ନେବା ପୂର୍ବରୁ ଏଭଳି କିଛି ଉପାୟ ଅବଲମ୍ବନ କରନ୍ତୁ । ଯାହାଦ୍ୱରା ରୋଗୀଟି ହସ୍ପିଟାଲରେ ପହଞ୍ଚିବା ଭିତରେ ଅଧିକ ଯନ୍ତ୍ରଣାରୁ ଉପଶମ ପାଇପାରିବେ ।
– ଯଦି ବ୍ୟକ୍ତି ଜଣଙ୍କ ବେହୋସ ହୋଇ ଜାଇଛନ୍ତି ତେବେ ତାଙ୍କ ପାଟିରେ ନିଶ୍ୱାସ ଦିଅନ୍ତୁ । ଏବଂ ତାଙ୍କୁ ସିଧା ଶୁଆଇ ଗୋଡ ଦୁଇଟିକୁ ଉପରକୁ ଟେକନ୍ତୁ । ତାହା ସହିତ ପିଡୀତାଙ୍କ ମୁଣ୍ଡକୁ ଜୋରରେ ଚାପନ୍ତୁ ।
– ଯେଉଁ ବ୍ୟକ୍ତିଙ୍କୁ ବିଦ୍ୟୁତ ଆଘାତ ଲାଗିଥିବ ତାଙ୍କୁ ଖାଲି ହାତରେ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ ।
– ଅଘାତ ଲାଗିଥିଲେ ପ୍ରଥମେ ପାୱାର କଟ କରନ୍ତୁ । ତା’ପରେ ସେହି ବ୍ୟକ୍ତି ଜଣଙ୍କୁ ବାଡି କିମ୍ବା କୌଣସି ପ୍ଳାଷ୍ଟିକ ଜରିଆରେ ସେହି ସ୍ଥାନରୁ ହଟେଇବା ଚେଷ୍ଟା କରନ୍ତୁ ।
– ପ୍ରଥମେ ପିଡୀତାଙ୍କ ନିଶ୍ୱାସ ଯାଉଛି କି ନାହିଁ ଦେଖନ୍ତୁ । ଯଦି କୌଣସି ଅସୁବିଧା ଦେଖାଦିଏ ତେବେ ସ୍ଥାନୀୟ ହସ୍ପିଟାଲକୁ ନେଇ ଯାଆନ୍ତୁ ।
– ଯଦି ପିଡୀତାଙ୍କ ହୋସ ଅଛି ତେବେ ସେହି ସମୟରେ କୌଣସି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ । ଯେଉଁ ସ୍ଥାନରେ ଆଘାତ ଲାଗିଥିବ ସେହି ସ୍ଥାନରେ ଯେକୌଣସି ମଲମ ଲଗାଇ ପାରିବେ ।