ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳକୁ ଉତ୍ତମ ସ୍ୱାସ୍ଥ୍ୟର ଖଣି ବୋଲି କୁହାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି ଏକ ଫଳ ଅଛି ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ସୌନ୍ଦର୍ଯ୍ୟତା ପାଇଁ ମଧ୍ୟ ମୁଖ୍ୟ ଭୂମିକା ରହିଛି । ସେହି ଗୁଣକାରୀ ଫଳ ହେଉଛି କିୱି । ତେବେ ଆସନ୍ତୁ ଜାଣିବା କିୱି ଦ୍ୱାରା କିଭଳି ସୌନ୍ଦର୍ଯ୍ୟତା ବୃଦ୍ଧି ହୋଇଥାଏ ।
- ତ୍ୱଚାରୁ ହିଁ ବୟସ ଜଣାପଡିଥାଏ । ଯଦି ଆପଣଙ୍କ ତ୍ୱଚା ସୁନ୍ଦର ଏବଂ ଚମକଦାର ତେବେ ଆପଣ ସର୍ବଦା ଯୁବା ଦେଖାଯିବେ । କିୱି ଖାଇଲେ ଯେତିକି ସ୍ୱାଦିଷ୍ଟ ଲାଗେ ସେତିକି ମାତ୍ରାରେ ଏହା ତ୍ୱଚା ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ ।
- ଏଥିରେ ଭିଟାମିନ୍-ଇ ଥାଏ, ଯାହା ତ୍ୱଚାକୁ ସଜାଡିବାରେ କାମ କରିଥାଏ । ଏହାବ୍ୟତୀତ କିୱିରେ ଡାଇଟରୀ ଫାଇବର ମଧ୍ୟ ଥାଏ ଯାହା ତ୍ୱଚାରେ ଚମକପଣ ଆଣିଥାଏ ।
- ନିୟମିତ ଗୋଟେ କିମ୍ବା ଦୁଇଟି କିୱି ସେବନ କରିବା ଦ୍ୱାରା ଡାଇଜେଷ୍ଟିଭ ସିଷ୍ଟମ ମଜବୁତ ରହିଥାଏ । ଏଥିରୁ ସ୍ପଷ୍ଟ ଭାବେ ଜାଣିବାକୁ ମିଳିଛି କି କିୱି ସେବନ ଦ୍ୱାରା ଶରୀରରୁ ଟକ୍ସିସ ବାହାରି ଯାଇଥାଏ ଏବଂ ତ୍ୱଚା ସୁସ୍ଥ ରୁହେ ।
- ଆପଣ ତ୍ୱଚାରେ କିୱି ମସାଜ୍ କରି ତ୍ୱଚାର ସୌନ୍ଦର୍ଯ୍ୟତା ଫେରିପାଇ ପାରିବେ । କିୱିରେ ଥିବା ଭିଟାମିନ୍-ସି ତ୍ୱଚାର କୋଲେଜନକୁ ପ୍ରଡ୍ୟୁସ କରିଥାଏ । ଯାହା ତ୍ୱଚାକୁ କୋମଳ ଏବଂ ସୁନ୍ଦର କରିବାରେ ସହାୟକ ହୋଇଥାଏ ।
- କିୱିରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥିବାରୁ ଏହା ତ୍ୱଚା ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରହିଥାଏ ।