ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳମାନଙ୍କ ଭିତରେ ରାଜା ହେଉଛି ଆମ୍ବ । ଏହା ଖରାଦିନେ ବଜାରରେ ଉପଲବ୍ଧ ହୋଇଥାଏ । ଆମ୍ବ ଖାଇବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି । ଆମ୍ବରେ ଅନେକ ପୋଷକ ତତ୍ୱ ମଧ୍ୟ ରହିଛି । ଆମ୍ବ ଖାଇ ସାରିବା ପରେ ଲୋକେ ତାର ଚୋପାକୁ ଅଦରକାରୀ ଭାବି ଫିଙ୍ଗି ଦିଅନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆମ୍ବ ଚୋପା ମଧ୍ୟ ଶରୀର ପାଇଁ ଉପଯୋଗୀ । ଅନେକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କି, ଆମ୍ବ ଚୋପାରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ହୋଇଥାଏ । ଯାହା ଶରୀରକୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମ୍ବ ଚୋପା କିଭଳି ବ୍ୟବହାର କରିବେ ଏବଂ ଏହାର ଫାଇଦା ।
ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ଆମ୍ବ ଚୋପାକୁ ସଫାସୁତୁରା ବ୍ୟବହାର କରିପାରିବେ । ମନେରଖନ୍ତୁ ଯେ ଆପଣ ଆମ୍ବ ଚୋପାକୁ ଭଲ ଭାବରେ ଧୋଇବା ପରେ ବ୍ୟବହାର କରବେ । ଏହାର ଚୋପା ରକ୍ତରେ ଚିନି ସ୍ତରକୁ ନିୟନ୍ତ୍ରଣ କରିଥାଏ, ଯେଉଁଥିପାଇଁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କୁଇନ୍ସଲ୍ୟାଣ୍ଡ ୟୁନିଭରସିଟି ଅଫ୍ ଫାର୍ମାସି ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ଅନୁଯାୟୀ, ନାମ୍ ଡକ୍ ମାଇ ଏବଂ ଇରୱିନ୍ କିସମରୁ ଆମ୍ବ ଚୋପା ଶରୀରରେ ଚର୍ବି କୋଷକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଏହାଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ ହୋଇଥାଏ ।
ଆମ୍ବ ଫାଇବରରେ ଭରପୂର ଅଟେ ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଅଛି ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରାଇଥାଏ ।
ବିଶେଷଜ୍ଞଙ୍କ ଅନୁଯାୟୀ ଆମ୍ବ ଚୋପା ଚର୍ମ ପାଇଁ ଭଲ। କୁଞ୍ଚନରୁ ମୁକ୍ତି ପାଇବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିଥାଏ ।
ଆମ୍ବ ଚୋପା ରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-କର୍କଟ ଗୁଣ ରହିଛି, ଯାହା ଫୁସଫୁସ, ସ୍ତନ, ଅନ୍ତନଳୀ, ମେରୁଦଣ୍ଡରେ କର୍କଟ ରୋଗର ଚିକିତ୍ସାରେ ଲାଭଦାୟକ ଅଟେ । ଏଥିରେ ଉଦ୍ଭିଦ ଭିତ୍ତିକ କମ୍ପାଉଣ୍ଡ ଥାଏ ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।
ଏହା ଫାଇଟୋନ୍ୟୁଟ୍ରିଏଣ୍ଟରେ ଭରପୂର ଅଟେ ଯାହା ହୃଦୟ ପାଇଁ ଲାଭଦାୟକ ଅଟେ । ଏହା ସହିତ ଜଡିତ ସମସ୍ୟାକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ । ଏକ ଅଧ୍ୟୟନ ଅନୁଯାୟୀ, ଫାଇବରରେ ଭରପୂର ଖାଦ୍ୟ ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ୪୦ ପ୍ରତିଶତ କମିଯାଏ।