ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକ ସୋରିଶ ତେଲ ବ୍ୟବହାର କରିଥାନ୍ତି । କିନ୍ତୁ ବହୁତ କମ ଲୋକ ଏହାର ଫାଇଦା ବିଷୟରେ ହୁଏତ ଜାଣିଥିବେ । ସୋରିଶ ତଲ ବ୍ୟବହାର କରିବା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇଗୁଣା ହୋଇଯାଇଥାଏ । ଏହାସହିତ ଏହି ତେଲ ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ, ତ୍ୱଚା ଏବଂ କେଶ ପାଇଁ ଉପଯୋଗୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୋରିଶ ତେଲର ଫାଇଦା ବିଷୟରେ ।
– କାନ ବିନ୍ଧା ହେବା ଦ୍ୱାରା ଆପଣ ସୋରିଶ ତେଲ ବ୍ୟବହାର କରି ପାରିବେ । ଯାହା ଫଳରେ କାନ ବିନ୍ଧାରୁ ଆରାମ ମିଳିଥାଏ । ସେଥିପାଇଁ ଆପଣ ସୋରିଶ ତଲରେ ରସୁଣ ପକାଇ ତାକୁ ଗରମ କରି କାନରେ ପକାଇ ପାରିବେ ।
– ସୋରିଶ ତେଲରେ ଲୁଣ ମିଶାଇ ଦାନ୍ତ ସଫା କରିବା ଦ୍ୱାରା ଦାନ୍ତ ବିନ୍ଧା, ପାଇରିଆ ଆଦି ରୋଗ ରୁ ଆରାମ ମିିଳିଥାଏ ।
– ଯଦି କମ ଭୋକ ଲାଗୁଥାଏ ତେବେ ଖାଦ୍ୟରେ ସୋରିଶ ତେଲ ବ୍ୟବହାର କରିବା ଉଚିତ୍ । ଏହା ପେଟରେ ଏପିଟାଇଜର ର କାମ କରିଥାଏ ଏବଂ ଭୋକ ବଢାଇଥାଏ ।
– ସୋରିଶ ତେଲରେ ଥିବା ଗ୍ଲୁକୋଜିଲୋଲେଟ ଶରୀରରେ କର୍କଟ ଏବଂ ଟ୍ୟୁମରର ଗଣ୍ଠି ହେବାରେ ରୋକିଥାଏ ।
– ସୋରିଶ ତେଲରେ କର୍ପୁର ମିଶାଇ ମାଲିସ କରିବା ଦ୍ୱାରା ଆଣଣ୍ଠୁ ଗଣ୍ଠି ଦରଜ କମିଥାଏ ।