ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକଙ୍କ ଘରେ ମୂଷାମାନଙ୍କ ଆତଙ୍କ ଦେଖିବାକୁ ମିଳେ । ମୂଷାମାନେ ଖାଦ୍ୟରେ ମୁହଁ ମାରିବା ସହ କପଡା, ବହିପତ୍ର ଆଦି କାଟି ଦେଇଥାନ୍ତି । ଫଳରେ ଲୋକେ ଘରୁ ଏହି ମୂଷାଙ୍କୁ ଭଗେଇବା ପାଇଁ ନାକେଦମ ହୋଇଥାନ୍ତି । ସେଥିପାଇଁ କେହି କେହି ମୂଷାଙ୍କୁ ମାରିବା ଲାଗି ମୂଷା ଔଷଧ ଦେଇଥାନ୍ତି ତ ଆଉ କେହି ଯନ୍ତା ବସାଇ ଥାନ୍ତି । କିନ୍ତୁ ଏହା କିଛି କାମ କରିନଥାଏ । ପରମୁହୂର୍ତ୍ତରେ ଘରେ ପୁଣି ମୂଷା ଉତ୍ପାତ କରିଥାନ୍ତି । ଆପଣଙ୍କ ଘରେ ମୂଷା ଉତ୍ପାତ କରୁଛନ୍ତି କି? ତେବେ ଏକ ଉପାୟ ଆପଣାଇ ମୂଷାଙ୍କ ଉତ୍ପାତରୁ ରକ୍ଷା ପାଇ ପାରିବେ ।
ଗୋଲମରିଚ ସ୍ପ୍ରେ: ଗୋଲମରିଚ ପାଣି ପ୍ରୟୋଗ କରି ଘରୁ ମୂଷାଙ୍କ ଆତଙ୍କରୁ ରକ୍ଷା ପାଇ ପାରିବେ ।
ପ୍ରଥମେ ଗୋଲମରିଚକୁ ଗୁଣ୍ଡ କରି ଦିଅନ୍ତୁ । ଏହି ଗୁଣ୍ଡକୁ ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରିଦିଅନ୍ତୁ । ତାପରେ ଯେଉଁ ସ୍ଥାନରେ ମୂଷା ଯିବା ଆସିବା କରୁଛନ୍ତି ସହି ସ୍ଥାନରେ ସେହି ପାଣି ସ୍ପ୍ରେ କରି ଦିଅନ୍ତୁ । ଏଭଳି କରିବା ଦ୍ୱାରା ସବୁଦିନ ପାଇଁ ଘରୁ ମୂଷା ଦୂରେଇ ଯିବେ । ପ୍ରକୃତରେ ମୂଷା ଗୋଲମରିଚ ଗନ୍ଧ ସହି ପାରନ୍ତି ନାହିଁ ।