ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆଜିକାଲି ଅନେକ ଲୋକ ଚଷମା ବ୍ୟବହାର କରୁଛନ୍ତି । କାରଣ ଅଫିସରେ କମ୍ପ୍ୟୁଟର ସାମ୍ନାରେ, ଟିଭି ଦେଖିଲା ବେଳେ ଏବଂ ମୋବାଇଲ ବ୍ୟବହାର କରିବା ବେଳେ ଚଷମା ବ୍ୟବହାର କରିବା ସାଧାରଣ ହୋଇଗଲାଣି । ଏହଭଳି ବାରମ୍ବାର ଚଷମା ବ୍ୟବହାର କରିବା ଦ୍ୱାରା ନାକ ଉପରେ ପ୍ରଭାବ ପଡି କଳା ଦାଗ ହୋଇ ଯାଇଥାଏ । ଏହି ଦାଗ ବ୍ୟକ୍ତିର ସୌନ୍ଦର୍ଯ୍ୟତା ଉପରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ନାକ ଉପରେ ଥିବା ଚଷମା ଦାଗକୁ ଦୂର କରିବେ ।
– କମଳା ଚେପାକୁ ଖରାରେ ସୁଖାଇ ଗୁଣ୍ଡ କରି ଦିଅନ୍ତୁ । ଏବଂ ସେଥିରେ ଅଳ୍ପ ଖୀର ମିଶାଇ ସେହି ଦାଗ ଉପରେ ଲଗାନ୍ତୁ । ନିୟମିତ ଏଭଳି କରିବା ଦ୍ୱାରା ଆପଣଙ୍କ ନାକ ଉପରେ ଥିବା ଦାଗ ଦୂର ହୋଇଥାଏ ।
– ପ୍ରାକୃତିକ କ୍ଲିଞ୍ଜର ଭାବେ ଲେମ୍ବୁ କାମ କରିଥାଏ । ଏହି ଲେମ୍ବୁକୁ କଳା ଦାଗ ଉପରେ ଘଷନ୍ତୁ ।
– ରାତିରେ ଶୋଇଲା ପୂର୍ବରୁ ନାକର କଳା ଦାଗ ଉପରେ ବାଦାମ ତେଲ ଲଗାଇ ମସାଜ୍ କରନ୍ତୁ । ଏବଂ ସକାଳୁ ଉଠିବା ପରେ ଫେସୱାସରେ ମୁହଁ ଧୋଇ ଦିଅନ୍ତୁ ।