ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୀତଦିନେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରଥମେ ନିଜକୁ ହାଇଡ୍ରେଟ ରଖିବା ଉଚିତ୍ । କାରଣ ଶୀତଦିନେ ଶରୀରରୁ ଅଧିକ ଝାଳ ବାହାରିନଥାଏ । କିନ୍ତୁ ପାଣି ପିଇବା ଅତ୍ୟନ୍ତ ଜରୁରୀ । ଶୀତଦିନେ ଗରମ କପଡା ପିନ୍ଧିବା ଯେତିକି ଜରୁରୀ ସେତିକି ନିଜକୁ ହାଇଡ୍ରେଟ ରଖିବା । ବର୍ଷକର ଏହି ସମୟରେ ପବନର ଶୁଷ୍କତା ଆପଣଙ୍କ ଶରୀରକୁ ଡିହାଇଡ୍ରେଟ କରିପାରେ । କାରଣ ଏହିଦିନେ ଶୋଷ ଅନୁଭବ ହୋଇନଥାଏ । କିନ୍ତୁ ଏହି ଡିହାଇହ୍ରେସନ ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପକାଇଥାଏ ।
ସବୁଠାରୁ ବଡ ପ୍ରଶ୍ନ ହେଉଛି ଶୀତଦିନେ କାହିଁକି ଅଧିକ ପାଣି ପିଇବା ଉଚିତ୍ । ଶୀତ ଏବଂ ଗରମ ଦିନେ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ମିଳିଥାଏ । ଶୀତ ଦିନେ ଅଧିକ ପାଣି ପଇବା ଦ୍ୱାରା ବିଳମ୍ବିତ ପର୍ଯ୍ୟନ୍ତ ଶରୀର ଗରମ ରହିଥାଏ । ଥଣ୍ଡା ଏବଂ ଶୁଷ୍କ ପବନ ଯୋଗୁଁ ଏହି ଋତୁରେ ଶରୀରରେ ଶକ୍ତିର ଅଭାବ ଅନୁଭବ ହୋଇଥାଏ । ସେଥିପାଇଁ ଶରୀରକୁ ତାଜା ଏବଂ ଶକ୍ତିବାନ ରଖିଥାଏ ପାଣି ।
ସେହିପରି ଶୀତଦିନେ ତ୍ୱଚାରେ ଚମକ ପାଇଁ ଅତ୍ୟଧିତ ମାତ୍ରାରେ ପାଣି ପିଇବା ଉଚିତ୍ । ପାଣି ପିଇବା ଦ୍ୱାର ଆପଣ ସାମାନ୍ୟ ସଂକ୍ରମଣ ଭଳି ଥଣ୍ଡା, ଫ୍ଲୁ ଆଦିରୁ ରକ୍ଷା ପାଇ ପାରିବେ ।
ଶିତଦିନେ ଯଦି ଆପଣ ଖାଲି ପାଣି ପିଇବାକୁ ପସନ୍ଦ କରୁନାହାନ୍ତି ତେବେ ଗ୍ରୀନ ଟି, ବା ମହୁକୁ ପାଣିରେ ମିଶାଇ ପିଅନ୍ତୁ । ସେହିପରି ଅଧିକ ଫଳ ଏବଂ ସବୁଜ ପନିପରିବା ଖାଆନ୍ତୁ । ଏଥିରୁ ଅତ୍ୟଧିକ ମାତ୍ରାରେ ପାଣି ଶରୀରକୁ ଯାଇଥାଏ ।