ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ବଡ ସମସ୍ୟା ହେଉଛି ବ୍ୟାଟେରୀ ଚାର୍ଜିଂ, ଯାହାକୁ ନେଇ ଲୋକେ ସର୍ବଦା ସମସ୍ୟାରେ ପଡିଥାନ୍ତି । କିନ୍ତୁ ଲୋକଙ୍କ ଏହି ସମସ୍ୟା ଦୂର କରିବା ପାଇଁ ଏକ ଉପାୟ ସାମ୍ନାକୁ ଆସିଛି । ଆଜ୍ଞା ହଁ ବୈଜ୍ଞାନିକମାନେ ଏଭଳି ଏକ ବ୍ୟାଟେରୀ ପ୍ରସ୍ତୁତି କରିବାରେ ସଫଳ ହୋଇଛନ୍ତି, ଯାହାକୁ ଗୋଟେ ଥର ଚାର୍ଜ କଲେ ୫ ଦିନ ପର୍ଯ୍ୟନ୍ତ ଚାଲିବ ।
ସବୁଠାରୁ ବଡ କଥା ହେଉଛି ଲିଥିୟମ ଏବଂ ସଲ୍ଫର ରେ ନିର୍ମିତ ଏହି ବ୍ୟାଟେରୀକୁ ଯଦି ଆପଣ ଫୁଲ୍ ଚାର୍ଜ କରିଦେବେ ତାହାଲେ ଏହାଦ୍ୱାରା ଯେକୌଣସି ଇଲେକ୍ଟ୍ରିକ ଗାଡିକୁ ୧୦୦୦ କି.ମି ପର୍ଯ୍ୟନ୍ତ ସହଜରେ ଚଲାଇ ପାରିବେ ।
ଏନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ ର ଗବେଷକ ଏବଂ ତାଙ୍କ ସହଯୋଗୀ କହିଛନ୍ତି କି,ଲିଥିୟମ-ଆୟନ ବ୍ୟାଟେରୀ ତୁଳନାରେ ୫ ଗୁଣା ଅଧିକ କ୍ଷମତା ବିଶିଷ୍ଟ ଲିଥିୟମ-ସଲ୍ଫର ବ୍ୟାଟେରୀ ବିକଶିତ କରାଯାଇଛି ।
ଏହି ବ୍ୟାଟେରୀର ଖାସ୍ ଗୁଣ ହେଉଛି ବାରମ୍ବାର ଚାର୍ଜ କରିବା ଦ୍ୱାରା ବି ଏହାର ଶକ୍ତି ଯୋଗାଇବା କ୍ଷମତା କମ୍ ହୋଇନଥାଏ । ଏହାର ଅର୍ଥ ୨୦୦ ଥର ଚାର୍ଜ କଲେ ବି ଏହାର ଶକ୍ତି ଯୋଗାଇବା କ୍ଷମତା ୯୯ ପ୍ରତିଶତ ରହିଥାଏ ।
ଅନ୍ୟପଟେ ଲିଥିୟମ-ଆୟନ ବ୍ୟାଟେରୀକୁ ବାରମ୍ବର ଚାର୍ଜ କରିବା ଦ୍ୱାରା ତାର କ୍ଷମତା ହ୍ରାସ ହୋଇଥାଏ । ଲିଥିୟମ-ସଲ୍ଫର ଦ୍ୱାରା ନିର୍ମିତ ବ୍ୟାଟେରୀ ଇଲୋକ୍ଟ୍ରନିକ୍ସ ଉପଯୋଗ ପାଇଁ ଉପଭୋକ୍ତା ଅବ୍ୟବହାରିକ ମନେ କରୁଥିଲେ, କିନ୍ତୁ ଏବେ ଗବେଷକ ମାନେ ଏହାର ଉପାୟ ବାହାର କରିଛନ୍ତି ।