ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ଷା ଋତୁ ଚାଲିଛି । ଗୋଟେ ପଟେ ଗରମରୁ ରକ୍ଷା ମିଳୁଥିବା ବେଳେ ଅନ୍ୟପଟେ ଏହି ଋତୁ ଅନେକ ରୋଗ ନେଇ ଆସିଥାଏ । ମୁଖ୍ୟତଃ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ଗମ୍ଭୀର ସମସ୍ୟା ଦେଖାଦେଇଥାଏ । ବର୍ଷା ଋତୁରେ ମଶା ମାଛି ଆଦି ଜନ୍ମ ହୋଇଥାନ୍ତି । ଏହା ଗୋଟେ ଥରେ ମଣିଷ ଶରୀରରେ ଘର କରିବା ପରେ ସହଜରେ ଯାଇନଥାନ୍ତି । ଡେଙ୍ଗୁ ଏଭଳି ଏକ ମାରାତ୍ମକ ରୋଗ ଯାହା ଦ୍ୱାରା ରୋଗୀର ପ୍ଲେଟଲେଟସ୍ କମ ହୋଇ ଯାଇଥାଏ ।
ଡେଙ୍ଗୁର ଲକ୍ଷଣ: ଡେଙ୍ଗୁର ପ୍ରାଥମିକ ଲକ୍ଷଣରେ ରୋଗୀକୁ ଜ୍ୱର ହୋଇଥାଏ । ଅଚାନକ ଶରୀରର ତାପମାତ୍ରା ବଢିଯାଇଥାଏ । ମୁଣ୍ଡ ବ୍ୟଥା, ମାଂସପେଷୀ ଓ ଆଣ୍ଠୁ ଗଣ୍ଠି ଦରଜ ହେବା । ଗଳା ଦରଜ ହେବା ବା ଫୁଲିବା । ବାନ୍ତି ହେବା । ଭୋକ ନଲାଗିବା । ରକ୍ତଚାପ କମ ହୋଇଯିବା । ଶରୀର କୁଣ୍ଢେଇ ହେବା । ଦୁର୍ବଳ ଲାଗିବା ଆଦି ।
ଘରୋଇ ଉପଚାର : ଡେଙ୍ଗୁ ହେବା ଫଳରେ ଶରୀରରେ ପାଣିର ମାତ୍ରା କମ ଡିପ୍ରେସନ ଲାଗିଥାଏ । ସେଥିପାଇଁ ଶରୀରରେ ପାଣିର ମାତ୍ରାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଚୁର ପଈଡ ପାଣି ପିଅନ୍ତୁ । ଏହା ପାଣିର କମକୁ ପୂରଣ କରିଥାଏ । ଏହା ସହିତ ଏଥିରେ ଥିବା ପୋଷକ ତତ୍ୱ ଭଳି ମିନେରାଲସ୍ ଏବଂ ଇଲେକ୍ଟ୍ରୋଲାଇଟସ୍ ଶରୀରକୁ ମଜବୁତ ପ୍ରଦାନ କରିଥାଏ । ଏହାବ୍ୟତୀତ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଡେଙ୍ଗୁରେ ପ୍ଲେଟଲେସର ସ୍ତର ଖୁବ୍ ଖସି ଯାଇଥାଏ । ସେଥିପାଇଁ ଅମୃତଭଣ୍ଡା ଜୁସ୍ ଲାଭଦାୟକ ହୋଇଥାଏ ।
ଋକ୍ଷା ପାଇବାର ଉପାୟ: ଡେଙ୍ଗୁ ମଶା ଅଳିଆ ଆବର୍ଜନାରେ କେବଳ ଜନ୍ମିନଥାନ୍ତି ବରଂ ସଫା ପାଣିରେ ମଧ୍ୟ ଜନ୍ମ ହୋଇଥାନ୍ତି । ସେଥିପାଣି ନଳା , ବାଲ୍ଟି , ପ୍ଲାଷ୍ଟିକ ପାତ୍ର ଏବଂ ଅନ୍ୟ ସ୍ଥାନରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ । ଛୋଟ ପିଲାଙ୍କ ବିଛଣାକୁ ମଛରଦାନି ଦ୍ୱାରା ଘୋଡାଇ ରଖନ୍ତୁ । ଲମ୍ବା ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧନ୍ତୁ ।