ଭୁବନେଶ୍ୱର (ଏଟିଆର ବ୍ୟୁରୋ): କର୍କଟ ଏକ ମାରାତ୍ମକ ରୋଗ ବୋଲି ହୁଏତ ଆପଣମାନେ ସମସ୍ତେ ଜାଣିଥିବେ । ଏହି ରୋଗର ଚିକିତ୍ସା କରିବା ସମୟରେ କେମୋ ଥେରାପି କରିବାକୁ ପଡିଥାଏ । କିନ୍ତୁ କେମୋ ଥେରାପି ସମୟରେ ହୋଇଥିବା ଛୋଟ ଛୋଟ ଭୁଲ୍ ପାଇଁ ଜୀବନ ଉପରେ ବିପଦ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି କେମୋ ଥେରାପି ସମୟରେ ଦିଆଯାଉଥିବା ଭିଟାମିନ୍ ସପ୍ଲିମେଣ୍ଟ ବିଷୟରେ ।
ଯଦି କୌଣସି ମହିଳା ସ୍ତନ କର୍କଟର ଶିକାର ହୋଇଛନ୍ତି ଏବଂ ତାଙ୍କର କେମୋଥେରାପି ଚାଲିଛି । ସେହି ସମୟରେ ତାଙ୍କୁ ଭୁଲ୍ ରେ ବି ଭିଟାମିନ୍ ସପ୍ଲିମେଣ୍ଟସ ସେବନ କରିବାକୁ ଦିଅନ୍ତୁ ନାହିଁ । କାରଣ ଏହାଦ୍ୱାରା ରୋଗ ପୁର୍ନବାର ଲେଉଟି ଥାଏ ଏବଂ ମୃତ୍ୟୁର ସମ୍ଭାବନା ୪୦ ପ୍ରତିଶତ ବଢିଯାଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି କି ଭିଟାମିନ୍ ଔଷଧ ସେବନ କରିବା ଦ୍ୱାରା କର୍କଟ ରୋଗରେ ମରିବାର ବିପଦ ବଢିଯାଇଥାଏ ।
ବୈଜ୍ଞାନିକଙ୍କ ମତରେ,ଆଣ୍ଟିଅକ୍ସିଡେଣ୍ଟ କେମୋଥେରାପିକୁ କମ୍ ପ୍ରଭାବି କରିଦେଇଥାଏ । କାରଣ କେମୋଥେରାପିର ଔଷଧ ଶରୀରରେ ଯେଉଁ ପ୍ରଭାବ ପକାଇଥାଏ, ଆଣ୍ଟିଅକ୍ସିଡେଣ୍ଟ ଏହାର ବିଲକୁଲ୍ ଓଲଟା ପ୍ରଭାବ ପକାଇଥାଏ ।