ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶରୀର ପାଇଁ ଖୀର ଖୁବ୍ ଉପଯୋଗ ବୋଲି ଆପଣମାନେ ସମସ୍ତେ ଜାଣିଥିବେ । କିନ୍ତୁ ଆପଣମାନେ ଜାଣିଛନ୍ତି ଖୀର ବି ବେଳେ ବେଳେ ବିଷ ପାଲଟି ଯାଇଥାଏ । କାରଣ ଏଭଳି ଅନେକ ପଦାର୍ଥ ରହିଛି ଯାହା ସହିତ ଖୀର ସେବନ କରିବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ । ସେଥିପାଇଁ ଆପଣଙ୍କୁ ଉକ୍ତ ପଦାର୍ଥ ସହିତ ଖୀର ସେବନ କରିବା ଉଚିତ୍ ନୁହେଁ ।
ଖୀରରୁ ଦହି ହୋଇଥାଏ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ଅଧିକାଂଶ ଲୋକେ ଜାଣିନଥିବେ କି ଦହି ଖାଇବା ପରେ ଖୀର ସେବନ କରିବା ଦ୍ୱାରା ତାହା ବିଷରେ ପରିଣତ ହୋଇଯାଇଥାଏ । ଯଦି ଆପଣ ଏଭଳି କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କର ଗ୍ୟାସ ସମସ୍ୟା ଉପୁଜିବାର ସମ୍ଭାବନା ଅଧିକ ରହିଛି ।
ସେହିପରି ଯଦି ଆପଣ ପିଆଜ ଖାଇବା ପରେ ଖୀର ପିଉଛନ୍ତି ତେବେ ଆପଣଙ୍କ ଶରୀରରେ କୁଣ୍ଡିଆ, ଆଲର୍ଜି ଭଳି ଅନେକ ରୋଗ ହୋଇପାରେ । ସେଥିପାଇଁ ଆପଣ ପିଆଜ ସେବନ ପରେ ବିଲକୁଲ ଖୀର ପିଅନ୍ତୁ ନାହିଁ ।
ଅନ୍ୟପଟେ ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ସହିତ ଖୀର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ବିଷ ଭଳି କାମ କରିଥାଏ ।