ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଶୀତ ଲହରି । ଏହି ଜାଡରେ ସମଗ୍ର ରାଜ୍ୟ ଥରି ଉଠୁଛି । ଥଣ୍ଡାରୁ ଆରମ ପାଇବା ପାଇଁ କିଛି ଲୋକ ଚା’, କଫି ଏବଂ ସୁପ୍ ପିଉଥିବା ବେଳେ ଆଉ କିଛି ଲୋକ ଡ୍ରାଏ ଫ୍ରୁଟସ୍ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଶୀତ ଦିନେ ମସଲାର ଫାଇଦା ବିଷୟରେ । ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ଥିବା ମସଲା ଦ୍ୱାରା ବି ଆପଣ ଥଣ୍ଡାରୁ ରକ୍ଷା ପାଇ ପାରିବେ ।
ଆଜ୍ଞା ହଁ ନିୟମିତ ଖାଦ୍ୟରେ ବ୍ୟବହୃତ ହେଉଥିବା ମସଲା ଶରୀରକୁ ଗରମ ରଖିବାରେ ଖୁବ୍ ସହାୟକ ହୋଇଥାଏ । ଏହି ମସଲା କେବଳ ଶୀତରୁ ରକ୍ଷା କରିନଥାଏ ବରଂ ଅନେକ ଗମ୍ଭରୀ ସମସ୍ୟାର ମଧ୍ୟ ଛଟ୍ କାରା ଦେଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ରୋଷେଇ ଘରେ ଉପଲବ୍ଧ ଥିବା ମସଲାର ଫାଇଦା ସମ୍ପର୍କରେ କହିବାକୁ ଯାଉଛୁ ।
ଗୋଲମରିଚ:
ଦେଶ ଓ ବିଦେଶ ସବୁଠି ଔଷଧୀୟ ଗୁଣ ଭାବେ ଗୋଲମରିଚ ପରିଚିତ । ଏହି ଗୋଲମରିଚ ଶରୀର ପାଇଁ ଗରମ ସତ କିନ୍ତୁ ଶୁଖିଲା ଳଙ୍କା ପରି ଏହା କ୍ଷତିକାରକ ନୁହେଁ । ଖାଦ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ପ୍ରବଳ ଥଣ୍ଡାରୁ ଆରାମ ମିଳିଥାଏ ।
ଅଦା:
ସର୍ବଦା ଶୀତଦିନେ ଆସିବା ମାତ୍ରେ କିଛି ବ୍ୟକ୍ତି ଅଦା ଚା’ ପିଇବା ଆରମ୍ଭ କରିଦେଇଥାନ୍ତି । ମାତ୍ର ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବାକୁ ହେଲେ ଅଦା କିମ୍ବା ସୁଣ୍ଠି ବ୍ୟବହାର କରନ୍ତୁ । ଏହାଦ୍ୱାରା ଥଣ୍ଡାରୁ ଆରାମ ମିଳିଥାଏ । ଏହି ଉପାୟ ପ୍ରାଚୀନ କାଳରୁ ଚାଲି ଆସିଛି ।
ଗୁଜୁରାତି:
ଶୀତଦିନେ ଲୋକେ ଅଦା ବ୍ୟତୀତ ଗୁଜୁରାତି ଚା’ ସେବନ ପିଇବାକୁ ପସନ୍ଦ କରିଥାନ୍ତି । ଶରୀର ପାଇଁ ଗୁଜୁରାତି ଗରମ ହେବା ସହିତ ଏହାର ସ୍ୱାଦ ନିଆରା । ଶ୍ୱାସ ନଳୀରେ କଫ ଜମିବାର ସମସ୍ୟାକୁ ମଧ୍ୟ ଗୁଜୁରାତି ଦୂର କରିଥାଏ ।
ହଳଦୀ:
ହଳଦୀ ମସଲା ହେବା ସହିତ ଏକ ପ୍ରକାରର ଔଷଧୀୟ ଗୁଣ ଭାବେ ମଧ୍ୟ ଜଣା ଶୁଣା । ସେଥିପାଇଁ ଥଣ୍ଡା ଏବଂ ଦରଜ ହେଲେ ଖୀରରେ ହଳଦୀ ମିଶାଇ ପିଅନ୍ତୁ । ଏହାବ୍ୟତୀତ ହଳଦୀ ଆଣ୍ଟିସେଫ୍ଟିକ ଏବଂ ଆଣ୍ଟିବାୟୋଟିକ୍ ତତ୍ୱ ଥାଏ ।
ଡାଲଚିନ୍:
ସର୍ବଦା ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଡାଲଚିନ୍ ବ୍ୟବହାର କରାଯାଇଥାଏ । ଏହା ଶରୀର ପାଇଁ ଖୁବ୍ ଗରମ ହୋଇଥାଏ । ସେଥିପାଇଁ ଯଦି ଥଣ୍ଡା ସମୟରେ ଆପଣ ଡାଲଚିନ୍ ଚା’ କିମ୍ବା କଫି ପିଉଛନ୍ତି ତେବେ ବହୁତ ଶୀଘ୍ର ଆରାମ ପାଇ ପାରିବେ ।