ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି କାଲିର ଜୀବନ ଶୈଳୀରେ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟଫୋନ୍ ଜରୁରୀ ହୋଇପଡିଛି । ଲୋକେ ଏବେ ବହି ପଢା ପଢି କମ୍ କରୁଛନ୍ତି । କାରଣ ସେମାନଙ୍କୁ ଇଣ୍ଟରନେଟରୁ ସବୁକିଛି ମିଳିଯାଉଛି । ସେଥିପାଇଁ ସେମାନେ ସର୍ବଦା ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଫୋନ୍ ଏବଂ ଲାପଟପ୍ ର ଆଲୁଅ ସବୁଠାରୁ ଘାତକ ହୋଇଥାଏ । ସବୁଠାରୁ ବଡ କଥା ହେଉଛି ଅନ୍ଧାରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ବ୍ୟବହାର କରିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡିଥାଏ । ସେଥିପାଇଁ ଆଇ ଷ୍ଟ୍ରୋକ୍ ର ଘାତକ ବଢିଥାଏ ।
ଅନ୍ଧାରରେ ଫୋନ୍ ବ୍ୟବହାର କରିବାର ଅଭ୍ୟାସ ବଡ ଲୋକଙ୍କ ଠାରୁ ଛୋଟ ଛୁଆଁଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏକ ରିପୋର୍ଟ ମୁତାବକ,ଅନ୍ଧାରରେ ଫୋନ୍ ବ୍ୟବହାର କଲେ ଆଈ ଷ୍ଟ୍ରୋକ୍ ହୋଇଥାଏ । କେବଳ ଏତିକିି ନୁହେଁ ଏକ ଅଧ୍ୟୟନରୁ ଜଣାପଡିଛି କି ଅନ୍ଧାରରେ ଫୋନ୍ ବ୍ୟବହାର କରିବା ଫଳରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଛି ।
ଆଇ ଷ୍ଟ୍ରୋକ୍ ହେବା ଦ୍ୱାରା ଦୃଷ୍ଟି ଶକ୍ତି କମଯୋର ହୋଇଯାଇଥାଏ । ନଚେତ୍ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ ।