ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବେଳେ ବେଳେ ଛୋଟ ଛୋଟ କଥା ପାଇଁ ସମ୍ପର୍କ ବିଗିଡି ଯାଇଥାଏ । ଯଦି ଏହି ଛୋଟ କଥା ନେଇ ଆପଣଙ୍କ ସାଥୀ ଆପଣଙ୍କ ଉପରେ ରାଗିଛନ୍ତି, ତେବେ ତାଙ୍କୁ କିଭଳି ମନେଇବେ ସେ ବିଷୟରେ ଆଜି ଆମେ କହିବାକୁ ଯାଉଛୁ ।
– ଯେତେବେଳେ ଆପଣଙ୍କୁ ମଉକା ମିଳୁଛି ସେତେବେଳେ ସାଥୀଙ୍କୁ ଆଇ ଲଭ୍ ୟୁ କୁହନ୍ତୁ । ସେ ଆଖି ସମ୍ନାରେ ଥାନ୍ତୁ ବା ଫୋନ ରେ । ଏହି କଥାକୁ ବାରମ୍ବାର ତାଙ୍କ କାନରେ ପକାନ୍ତୁ । ଆପଣଙ୍କର ଏତେ ପରିମାଣର ଭଲ ପାଇବା ଦେଖି ସାଥୀଙ୍କ ହୃଦୟ ତରଳି ଯାଇଥାଏ ।
– ଯଦି ସାଥୀ ଆପଣଙ୍କ ଉପରେ ରାଗିଛନ୍ତି, ତେବେ ତାଙ୍କୁ ମନେଇବା ପାଇଁ କିଛି ଉପହାର ଦିଅନ୍ତୁ । ଉପହାରଟି ଛୋଟ ହେଉ କିମ୍ବ ବଡ ମହିଳାମାନେ ଉପହାର ପାଇଲା ମାତ୍ରେ ଖୁବ୍ ଖୁସି ହୋଇ ଯାଇଥାନ୍ତି ।
– ଆପଣ ଅଫିସ ଯିବା ପୂର୍ବରୁ ସାଥୀଙ୍କ ପାଇଁ ଏକ ପ୍ରେମ ଭରା ଚିଠି ଛାଡି ଯାଆନ୍ତୁ । ଯେତେବେଳେ ସାଥୀ ଜଣଙ୍କ ଆପଣଙ୍କର ପ୍ରେମ ଭରା ଚିଠି ଦେଖିବେ ସେ ଅପଣଙ୍କ ପ୍ରେମରେ ହଜିଯିବେ ।
– ସକାଳୁ ସଞ୍ଜ ଭିତରେ ଯେତେବେଳେ ଆପଣକୁ ମଉକା ମିଳୁଛି ଆପଣ ସାଥୀଙ୍କୁ ହଗ୍ କରନ୍ତୁ । ବାରମ୍ବାର ହଗ୍ କରିବା ଦ୍ୱାରା ରାଗ ଶାନ୍ତ ହୋଇ ଯାଇଥାଏ । ଏବଂ ଭଲ ପାଇବା ବଢି ଥାଏ ।
–