ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ସମୟରେ ଛୋଟ ପିଲାମାନେ ଯେକୌଣସି ଜିନିଷ ପାଟିରେ ପକାଇ ଗିଳିଦିଅନ୍ତି । କିନ୍ତୁ ବେଳେ ବେଳେ ଏହା ପେଟ ଭିତରକୁ ନଯାଇ ଗଳାରେ ଅଟକି ରହିଯାଏ । ଯାହାଦ୍ୱାରା ପିଲାଟି ଖାସି ଖାସି ନୟାନ୍ତ ହୋଇଯିବା ପରେ ମଧ୍ୟ ଗଳା ସଫା ହୋଇନଥାଏ । ଯେଉଁଥି ପାଇଁ ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ପଡନ୍ତି । ତେବେ ଆସନ୍ତୁ ଜାଣିବା ସେହି ସମୟରେ କ’ଣ କରିବା ଉଚିତ୍ ।
ଯଦି ଆପଣଙ୍କ ପିଲା ରାହା ଧରି କାନ୍ଦୁଛି ତେବେ ସେହି ସମୟରେ ତଳି ପାଦକୁ ଦବାନ୍ତୁ । ଏହାଦ୍ୱାରା ପିଲା କାନ୍ଦିବା ବନ୍ଦ ହୋଇ ଯିବ ଏବଂ ଗଳାରେ ଅଟକି ଥିବା ଜିନିଷଟି ବାହାରି ଯିବାର ଆଶଙ୍କା ଥାଏ ।
ଏହି ସମୟରେ ନିଶ୍ୱାସ ନେବାରେ ଅସୁବିଧା ଦେଖାଦେବା ସହ ମୁହଁ,ହାତ ଲାଲ ପଡିଯାଏ । ସେଥିପାଇଁ ପିଲାଟିକୁ ନୁଆଁଇ ପିଠିକୁ ୪ରୁ ୫ଥର ମାରନ୍ତୁ । ଏହାପରେ ଅଙ୍ଗୁଳି ସାହାର୍ଯ୍ୟରେ ମୁଣ୍ଡକୁ ଚିପନ୍ତୁ । ଏହିଭଳି ୩ ଥର କରନ୍ତୁ । ଏହାଦ୍ୱାରା ଗଳାରେ ଅଟକି ରହିଥିବା ଜିନିଷଟି ବାହାରିଯିବ ।
ଯଦି ଆପଣଙ୍କ ପିଲା ଶରୀର ଖାସି ଖାସି ସଂପୂର୍ଣ୍ଣ ସବୁଜ ପଡିବା ଦେଖାଯାଏ । ତେବେ ଆପଣ ଜାଣିଯିବେ ନଳୀରେ କିଛି ଜିନିଷ ଅଟକି ରହି ଯାଇଛି । ସେଥିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।