ତମେ ଗଲା ପରେ
ଗୋଲାପ ଫୁଟୁନୀ ଆଉ
ମୋ ଫୁଲ ବଗିଚାରେ….
ମନ ମରୁଭୂମି ଶୁଖିଲା ପଡିଛି
ସତେ ଯେମିତି ପାଣି ଅଭାବରେ….
“ତୁମେ ଗଲା ପରେ”…..
ମୋ ଚାରିପାଖ ଅନ୍ଧାର ଦିଶୁଛି
ତୋଫା ଦିବା ଆଲୋକରେ…
ବାରମ୍ବାର ଝୁଣ୍ଟି ମୁଁ ପଡୁଛି
ମୋ ଚାଲିବା ବାଟରେ ……
“ତୁମେ ଗଲା ପରେ” ….
ସୂର୍ଯ୍ୟ ଚନ୍ଦ୍ର ଲୁଚି ଯାଇଛନ୍ତି
କଳା ମେଘ ଉହାଡ଼ରେ ….
ଶ୍ରାବଣ ଟା ଆସି ଚାଲିଯାଏ
ବିନା ମେଘ ବରଷାରେ …
“ତୁମେ ଗଲା ପରେ ” …
ମୋ ପ୍ରେମ ତାହମହଲ
ଆଜି ଭୁସୁଡ଼ି ପଡ଼ିଛି ….
ତୁମର ସେ ଛଳନାର
ଭୁକମ୍ପ ଆଘାତରେ ….
“ତୁମେ ଗଲା ପରେ” ….
ଆଜି ଉତ୍ତପ୍ତ ଲାଗୁଛି
ହାତମାରେ ଯଦି ବରଫରେ …
ପାଣି ବି ପଥର ଲାଗେ
ତୁମ ଭାବନାରେ ….
“ତୁମେ ଗଲା ପରେ” …
ମୋର ଶବ୍ଦ ସବୁ ନିଶବ୍ଦ ହୋଇଛି
ହୃଦୟର ବନ୍ଦ କୋଠରିରେ …
ଚଳଚଞ୍ଚଳ ମନଟା ଅଚଳ ହୋଇଛି
ପ୍ରେମ ଦୁନିଆର ଅଧା ବାଟରେ …
“ତୁମେ ଗଲା ପରେ” …
ଅଚକ ନିଶ୍ଚଳ ହୋଇ କଷ୍ଟ ପାଉଛି
ତୁମ ଫେରିବା ଅମେଷାରେ …
ତୁମେଥିଲ ମୋ ଆରମ୍ଭ ଆଉ ଶେଷ
କେହି ଆସି ନାହିଁ ଏ ଜୀବନରେ…
ବାସ୍ “ତୁମେ ଗଲା ପରେ” …. ତୁମେ ଗଲା ପରେ….ତୁମେ ଗଲା ପରେ….
ମନୋଜ ନାହକ