ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଚାଳିକ ଯାନ ଉପରେ ରିହାରି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ବ୍ୟାଟେରୀ ଗାଡି କିଣିଲେ ମିଳିବ ଆକର୍ଷଣୀୟ ରିହାତି । ତେବେ ଲହି ଇ -ଯାନ ନୀତି ପ୍ରଦୂଷଣ ରୋକିବାରେ ସହାୟକ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ତେବେ ୨ ଚକିଆ ଯାନ କିଣିଲେ ୫ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରିଛନ୍ତି । ସେହିପରି ୩ ଚକିଆ ଯାନ ପାଇଁ ୧୦ ହଜାର ଟଙ୍କା ଓ ୪ଚକିଆ ଯାନ ପାଇଁ ୫୦ ହଜାର ଟଙ୍କାର ରିହାତି ମିଳିବ । ନନ୍ ଏସି ବସ କିଣିଲେ ୨ ଲକ୍ଷ ଟଙ୍କା ଓ ଏସି ବସ କିଣିଲେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବେ ଦରକାର ।