ଭୁବନେଶ୍ୱର(ଏଯିଆର ବ୍ୟୁରୋ): ଆସାମର ମୁଖ୍ୟ ସୂଚନା କମିସନର ହେଲେ ଓଡିଆ ଆଇପିଏସ ଅଫିସର । ଆସାମ ମେଘାଳୟ କ୍ୟାଡର ତଥା ଓଡିଆ ଆଇପିଏସ ଅଫିସର ଏ.ପି ରାଉତଙ୍କୁ ଆସାମର ମୁଖ୍ୟ ସୂଚନା କମିସନର ଭାବେ ନିଯୁକ୍ତି ମିଳିଛି । ଏପି ରାଉତ ହେଉଛନ୍ତି ୧୯୮୫ ମସିହାର ଆଇପିଏସ ଅଫିସର ।
ପୂର୍ବରୂ ଏପି ରାଉତ ଆସାମର ପାୟାର ଆଣ୍ଡ ଏର୍ମଜେନ୍ସି ବିଭାଗର ଆଡିସିନାଲ ଡିଜି ଭାବେ ଅତିରିକ୍ତ ଦ୍ୱାୟୀତ୍ୱ ତୁଲାଇଛନ୍ତି । ଏହା ସହ ସେ ଆସାମର ସିଭିଲ ଡିଫେନ୍ସ ଓ ହୋମଗାର୍ଡ ବିଭାଗର ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି ।