ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଅପ୍ରିଲ ମାସରେ ପୁଣି ଥରେ ଜମ୍ମୁ-କଶ୍ମୀର ଗସ୍ତ କରି ପାରନ୍ତି ୪୦ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାର ଏବଂ କେନ୍ଦ୍ର ଶାସିତ ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ବିକାଶ ଯୋଜନା ବିଷୟରେ ତଥ୍ୟ ହାସଲ କରିବା ପାଇଁ ଏହି ମନ୍ତ୍ରୀ ମାନେ ଯିବେ । ଏନେଇ ଅଫିସିଆଲ ସୂତ୍ରରୁ ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳର ନିର୍ଣ୍ଣୟ କରାଯିବ । ଏହି ପ୍ରତିନିଧିମଣ୍ଡଳ ଗତ ମାସରେ ରାଜ୍ୟରେ ଯାତ୍ରା କରିଥିବା ୩୭ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଅନୁସରଣ କରିବେ । ଏନେଇ ଜଣେ ସରକାରୀ ଅଧିକାରୀ କହିଛନ୍ତି ପାଖାପାଖି ୪୦ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱିତୀୟ ବ୍ୟାଚ୍ ଜମ୍ମୁ-କଶ୍ମୀର ଗସ୍ତ କରିପାରନ୍ତି ।
ମାତ୍ର କେନ୍ଦ୍ରମନ୍ତ୍ରୀମାନଙ୍କ ଏହି ଗସ୍ତ କେବେ ରହିଛି ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ମାତ୍ର ଏହି ଗସ୍ତ ସଂସଦର ବଜେଟ ଅଧିବେଶନ ଶେଷ ହେବା ପରେ ହେବ ବୋଲି କୁହାଯାଉଛି । ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଅପ୍ରିଲ ପର୍ଯ୍ୟନ୍ତ ଚାଲିବ ।
ଏହି କେନ୍ଦ୍ରୀୟ ମନ୍ତ୍ରୀ ଜମ୍ମୁ-କଶ୍ମୀର ଲୋକଙ୍କ ସହ କୌଣସି ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ନାହିଁ । କେବଳ ଯୋଜନାର ବିକାଶ ଉପରେ ଆଲୋଚନା କରିବେ ।