ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତଃ ୫, ୬ ବର୍ଷର ଛୁଆ ପାଠ ପଢା ପ୍ରତି ଇଛୁକ ହୋଇନଥାନ୍ତି । ସେମାନେ ପାଠପଢାରୁ ଦୂରେଇ ରହିଥାନ୍ତି । କିନ୍ତୁ ଯଦି ଉକ୍ତ ବୟସର କୌଣସି ଛୁଆ ଦୁନିଆର ସବୁଠାରୁ ଛୋଟ ପ୍ରୋଗ୍ରାମର ହୋଇଯାନ୍ତି ତେବେ ଏହା ସମସ୍ତଙ୍କ ପାଇଁ ବଡ ଆଶ୍ଚର୍ଯର କଥା ।
ଆଜ୍ଞା ହଁ ଅହମଦାବାଦର ଅରହମ ତଲସାନିୟା ଦୁନିଆର ସବୁଠାରୁ ଯୁବା କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ପଡୁଥିବା ଅରହମ ତଲସାନିୟା ୬ ବର୍ଷ ବୟସରେ ଶକ୍ତିଶାଳୀ ପାୟଥନ ପ୍ରୋଗାମିଙ୍ଗ ଭାଷା ପରୀକ୍ଷା ପାସ୍ କରି ଗିନିଜି ୱାଲ୍ଡ ରେକର୍ଡ କରିଛନ୍ତି । ଏହି ପରୀକ୍ଷା ଚଳିତ ବର୍ଷ ଜାନୁଆରୀ ମାସରେ ମାଇକ୍ରୋସଫ୍ଟ ଦ୍ୱାରା ଅଧିକୃତ ପେୟର୍ସନ ଭ୍ୟୁ ଟେଷ୍ଟ ସେଣ୍ଟରରେ ଆୟୋଜିତ କରାଯାଇଥିଲା ।
ଏନେଇ ତଲସାନିୟା ମିଡିଆ ରିପୋର୍ଟ ରେ କହିଛନ୍ତି କି, ମୋ ପିତା ମୋତେ କୋଡିଙ୍ଗ ଶିଖାଇଛନ୍ତି । ଯେତେବେଳେ ମୁଁ ୨ ବର୍ଷର ଥିଲି ସେତେବେଳେ ମୁଁ ଟ୍ୟାବଲେଟ ବ୍ୟବହାର କରିବା ଆରମ୍ଭ କରିଥିଲି । ୩ ବର୍ଷ ବୟସରେ ମୁଁ ଆଇଓଏସ ଏବଂ ୱିଣ୍ଡୋ ସହିତ ଗ୍ୟାଜେଟ କିଣିଥିଲି । ଏହାପରେ ମୁଁ ଜାଣିବାକୁ ପାଇଥିଲି କି ମୋର ପିତା ପାୟଥନ ଉପରେ କାମ କରୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଯେତେବେଳେ ମୋଥେ ପାୟଥନର ପ୍ରମାଣ ପତ୍ର ମିଳିଲା ସେହି ସମୟରେ ମୁଁ ଛୋଟ ଛୋଟ ଗେମ ତିଆର କରୁଥିଲି । ସେମାନେ ମୋତେ କାମର କିଛି ପ୍ରମାଣ ପଠାଇବାକୁ କହିଥିଲେ । ମୁଁ ପଠାଇଦେଲି । ଏହାର କିଛି ମାସ ପରେ ସେମାନେ ମୋତେ ମଞ୍ଜୁରି ଦେଇଥିଲେ ଏବଂ ମୋତେ ଗିନିଜ୍ ୱାଲ୍ଡ ରେକର୍ଡର ସାର୍ଟିଫିକେଟ ମିଳିଲା ।