ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ବା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଏବେ ନିଜେ କେଜ୍ରିୱାଲଙ୍କୁ ସମାଲୋଚନା କରିବାକୁ ଯାଇ କରିଥିବା ଏକ ଟ୍ୱିଟରେ ନିଜେ ଫସି ଯାଇଛନ୍ତି । ଅମିତ ଶାହା କରିବା ଥିବା ଏକ ଟ୍ୱିଟ ପାଇଁ ଏବେ ସମାଲୋଚନାର ସୀକାର ହୋଇଛନ୍ତି ଅମିତ ଶାହା । ସୂଚନାଯୋଗ୍ୟ କେଜ୍ରିୱାଲଙ୍କୁ ସାମଲୋଚନା କରିବାକୁ ଯାଇ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଭିଡିଓ ସେୟାର କରି ଟ୍ୱିଟ କରି ଲେଖିଛନ୍ତି କେଜ୍ରିୱାଲ ଆମକୁ ଦିଲ୍ଲୀରେ ସରକାରୀ ସ୍କୁଲକୁ ବୁଲି ଦେଖିବାକୁ ଆହ୍ୱାନ କରିଥିଲେ ।
अरविंद केजरीवाल जी आपने मुझे दिल्ली सरकार द्वारा संचालित स्कूल देखने के लिए बुलाया था। कल दिल्ली भाजपा के आठों सांसद अलग-अलग स्कूल में गए और देखिए इनका क्या हाल है…
इनकी बदहाली ने आपकी ‘शिक्षा की क्रांति’ के दावों की पोल खोल दी।
अब आपको दिल्ली की जनता को जवाब देना होगा… pic.twitter.com/gjzgaix2rA
— Amit Shah (@AmitShah) January 28, 2020
ଗତକାଲି ଦିଲ୍ଲୀ ବିଜେପିର ୮ ଜଣ ସାଂସଦ ସ୍କୁଲ ସବୁ ବୁଲି ସ୍ଥିତି ସମୀକ୍ଷା କରିଥିଲେ । ଆଉ ସେଠାରେ ସାଂଦ ମାନେ ଯାହା ଦେଖିଛନ୍ତି ତାହା ଆପଣଙ୍କ ସରକାରଙ୍କ ପୋଲ ଖୋଲିଛି । ତେବେ ଏଥିରେ କୁହାଯାଇଛି ଦିଲ୍ଲୀର ୮ ଜଣ ସାଂସଦ । ମାତ୍ର ଦିଲ୍ଲୀରେ ମାତ୍ର ୭ ଟି ଲୋକସଭା ଆସନ ରହିଥିବା ବେଳେ ୮ ଜଣ ସାଂସଦ କେଉଁଠୁ ଆସିଲେ ବୋଲି ଏବେ ୟୁଜର୍ସ ପାଲଟା ପ୍ରଶ୍ନ କରୁଛନ୍ତି ଶାହାଙ୍କୁ । ଏହାକୁ ରି ଟ୍ୱିଟ କରି ଏମିତି କିଛି ପ୍ରତିକ୍ରିୟା ରଖୁଛନ୍ତି ୟୁଜର୍ସ ।