ପଞ୍ଜାବ(ଏଟିଆର ବ୍ୟୁରୋ): ପଞ୍ଜାବ ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ଟିକଟକ ଭିଡିଓକୁ ବ୍ୟାନ କରାଯାଇଛି । ଏନେଇ ସ୍ୱର୍ଣ୍ଣ ମନ୍ଦିର ବାହାରେ ନୋଟିସ ଲଗାଯାଇଛି । ଏହି ନୋଟିସରେ ଟିକଟକ ବ୍ୟାନ ବୋଲି ଲେଖାଯାଇଛି । ସ୍ୱର୍ଣ୍ଣ ମନ୍ଦିରର ମ୍ୟାନେଜର ଜୟବିନ୍ଦର ସିଂହ କହିଛନ୍ତି ଯେ, ଏଠାକୁ ଆସୁଥିବା ଭକ୍ତ ମାନଙ୍କୁ ଆମେ ଅନୁରୋଧ କରୁଛୁ କି ସେମାନେ ଏଠାରେ ଟିକଟକ ଭଲି ଗତିବିଧିରୁ ଦୁରେଇ ରୁହନ୍ତୁ । କାରଣ ଏହା ହେଉଛି ଏକ ପୂଜା ସ୍ଥଳି ।
ସୂଚନା ଅନୁସାରେ ଯଦି ଲୋକ ମାନେ ସ୍ୱର୍ଣ୍ଣ ମନ୍ଦିରରେ ଭିଡିଓ କରିବା ବନ୍ଦ ନକରିବେ ତେବେ ଶ୍ରୀଅକାଳ ସାହିବ ପକ୍ଷରୁ ଏସଜିପିସି ଆଗରେ ଗୁରୁଦ୍ୱାରା ପରିସରରେ ମୋବାଇଲ ଫୋନ ବ୍ୟାନ କରିବା ନେଇ ଦାବି କରିବେ । ସୂଚନାଯୋଗ୍ୟ ଗତକିଛି ଦିନ ତଳେ ତିନି ଜଣ ଯୁବତୀଙ୍କ ଦ୍ୱାରା ଏକ ଭିଡିଓ କରାଯାଇ ଟିକଟକରେ ଭାଇରାଲ କରାଯାଇଥିଲା । ଏହାକୁ ନେଇ ପୋଲିସରେ ଅଭିଯୋଗ ମଧ୍ୟ କରାଯାଇଥିଲା । ଗତକିଛି ଦିନ ଭିତରେ ଏହା ହେଉଛି ଦ୍ୱିତୀୟ ଘଟଣା ।