ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାମ ଜନ୍ମଭୂମି ବାବ୍ରି ମସଜିଦ ମାମାଲାରେ ମଧ୍ୟସ୍ଥତା କିମଟି ତାର ରିପୋର୍ଟ ବନ୍ଦ ଲଫାପାରେ ସର୍ବୋଚ୍ଚ ନ୍ୟାୟଳୟକୁ ଗତକାଲି ପ୍ରଦାନ କରିଛନ୍ତି । ଯାହା ଉପରେ ଆଜି କୋର୍ଟ ରାୟ ପ୍ରକାଶ କରିବେ । ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ମଧ୍ୟସ୍ଥତା ରିପୋର୍ଟ ଉପରେ ଆଳୋଚନା କରି ରାୟ ପ୍ରକାଶ କରିବେ । ଗତ ୧୮ ତାରିଖରେ ହୋଇଥିବା ଶୁଣାଣୀରେ କୋର୍ଟ ମଧ୍ୟସ୍ଥତା କମିଟି ପ୍ରକ୍ରିୟା ଜାରି ରଖିବାକୁ ନିର୍ଦେଶ ଦେଇଥିଲେ । ଏହି ଖଣ୍ଡପୀଠ ସେତେବେଳେ କହିଥିଲେ ମଧ୍ୟସ୍ଥତା ରିପୋର୍ଟ ଆସିବା ପରେ ଶୁଣାଣୀର ରୂପରେଖ ପ୍ରସ୍ତୁତ କରାଯିବ ।
ସୂଚନାଯୋଗ୍ୟ ବିବାଦର ଆପୋସ ସମାଧାନ ପାଇଁ କୋର୍ଟ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । ଗତ ୧୧ ତାରିଖରେ ହୋଇଥିବା ଶୁଣାଣୀରେ କୋର୍ଟ କମିଟିକୁ ଗତ ଜୁଲାଇ ୧୮ ତାରିଖ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ କହିଥିଲେ । ମାତ୍ର ଏହି ସମୟ ମଧ୍ୟରେ ମଧ୍ୟସ୍ଥତା କମିଟି ରିପୋର୍ଟ ଦାଖଲ କରିବାକୂ ଅସମର୍ଥ ହୋଇଥିଲା । କୋର୍ଟ ଏହି ସମୟକୁ ଗତ ଅଗଷ୍ଟ ୧ ତାରିଖକୁ ଘୁଞ୍ଚାଇଥିଲେ ।
୍ସେହି ସମୟରେ ହିନ୍ଦୁ ପକ୍ଷରୁ କୁହାଯାଇଥିଲା କି ମଧ୍ୟସ୍ଥତା ମାଧ୍ୟମରେ କେବେ ହେଲେ ଏହି ସମସ୍ୟାର ସମାଧାନ ହୋଇ ପାରିବ ନାହିଁ । ଏହି ମାମଲା ୯ ବର୍ଷ ତଳର ପୁରୁଣା । ଏବଂ ଏହାର ପ୍ରତିଦିନ ଶୁଣାଣୀ ପାଇଁ ଦାବି କରିଥିଲେ । ମାତ୍ର କୋର୍ଟ ମଧ୍ୟସ୍ଥତା ଉପରେ ଆଶା ପ୍ରକଟ କରିଥିଲେ । ତେବେ ଆଜି ପ୍ରତିଦିନ ଶୁଣାଣୀ ପାଇଁ ଆବେଦନ ହୋଇଥିବା ପିଟିସନ ଉପରେ ରାୟ ଦେଇ ପାରନ୍ତି କୋର୍ଟ ।