ଅହମଦାବାଦ (ଏଟିଆର ବ୍ୟୁରୋ): ଗୁଜୁରାଟ ସ୍ଥିତ ଅହମଦାବାଦରେ ଗତକାଲି ଏକ ଅଘଟଣ ଘଟିଛି । ଓଢାବା ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହାସହିତ ଭଙ୍ଗା କାନ୍ଥ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ଏନଡିଆରଏଫ୍ ଟିମ୍ ଏବଂ ସ୍ଥାନୀୟ ଅଗ୍ନିଶମ ବିଭାବ ପକ୍ଷରୁ ଏହି ଭଙ୍ଗା କୋଠା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ କରାଯାଇଛି ବୋଲି ରାଜ୍ୟମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା କହିଛନ୍ତି ।
ଦୁଇ ଦଶନ୍ଧି ପୁରୁଣା ଏହି କୋଠାରେ ଫାଠ ସୃଷ୍ଟି ହେବା ଯୋଗୁଁ ପୂର୍ବରୁ ଏଠାରେ ରହୁଥିବା ଲୋକଙ୍କୁ ନୋଟିସ୍ କରାଯାଇଥିଲା । ଏହାସହିତ ଗୋଟେ ଦିନ ପୂର୍ବରୁ କୋଠା ଖାଲି କରାଯାଇଥିଲା । ଏହା ପରେ ମଧ୍ୟ ଲୋକ ପୁଣି ଥରେ ଲୋକ କୋଠାକୁ ପଳାଇଥିଲେ । ଫଳରେ କୋଠା ଭୁଶୁଡି ପଡିଥିଲା ।