ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀ ଏୟାରଟେଲ ଏବଂ ନୋକିଆ ମଧ୍ୟରେ ଏକ ବଡ ଡିଲ୍ ହୋଇଛି । ଯେଉଁଥିରେ ଏୟାରଟେଲର ୪ଜି ନେଟୱର୍କ ମଜବୁତ ହେବ ଏବଂ ୫ଜି ନେଟୱର୍କ ଡେଭଲପ୍ କରିବାରେ ବି ନୋକିଆ ପକ୍ଷରୁ ସାହାଯ୍ୟ ମିଳିବ । କୁହାଯାଉଛି ଏହି ଡିଲ୍ ଏକ ବିଲିଅନ୍ ଡଲାର ମାନେ ପାଖାପାଖି ୭୬୩୬ କୋଟି ଟଙ୍କାରେ ହୋଇଛି । ମାତ୍ର ଡିଲ୍ ପାଇଁ ଲାଗିଥିବା ଟଙ୍କା ବିଷୟରେ କୌଣସି ସ୍ପଷ୍ଟି କରଣ ହୋଇ ନାହିଁ ।
ଏୟାରଟେଲ ନେଟୱର୍କରେ ନୋକିଆ ସବୁଠାରୁ ବଡ ଭେଣ୍ଡର । ସେହିପରି ଆଗାମୀ ଦିନରେ ନୋକିଆ ୫ଜି ନେଟୱର୍କ ପାଇଁ ୩,୦୦,୦୦୦ ରେଡିଓ ୟୁନିଟସ୍ ଲଗାଇବ । ଏହି ଡିଲ୍ ପରେ ନୋକିଆ ପକ୍ଷରୁ କୁହାଯାଇଛି କି, ଏୟାରଟେଲକୁ ଜରୁରୀ ଉପକରଣ ଏବଂ ସେବା ଉପଲବ୍ଧ କରାଯିବ । ଯେଉଁ ଅଞ୍ଚଳରେ ଏୟାରଟେଲ ନେଟୱର୍କ ଦୁର୍ବଳ ରହିଛି, ସେହି ସବୁ ଅଞ୍ଚଳରେ କନେକ୍ଟିଭିଟି ବଢାଇବା କାମ କରାଯିବ ।
ସେହିପରି ଏହି ଡିଲ୍ କୁ ନେଇ ଭାରତୀ ଏୟାରଟେଲର ଏମଡି ଏବଂ ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତି କି, ଆମେ ଏକ ଦଶଂଧି ରୁ ଅଧିକ ସମୟ ହେବ ନୋକିଆ ସହ କାମ କରିଛୁ ଏବଂ ନିଜର ନେଟୱର୍କର କ୍ଷମତା ଏବଂ କଭରେଜ କୁ ଭଲ କରିବାରେ ଖୁସୀ ଅଭନୁଭବ କରୁଛୁ ।
ଏହି ଡିଲ ଅନୁଯାୟୀ ନୋକିଆ ଏସଆରଏଏନ (ସିଙ୍ଗଲ ରେଡିଓ ଆକ୍ସେସ ନେଟୱର୍କ) ପଡକ୍ଟସ ଜରିଆରେ ଏୟାରଟେଲକୁ ସାହାଯ୍ୟ କରିବ । ପ୍ରକୃତରେ ଏସଆରଏଏନ ଜରିଆରେ ଟେଲିକମ ଅପରେଟକୁ ୨ଜି, ୩ଜି ଏବଂ ୪ଜି ନେଟୱର୍କକୁ ମ୍ୟାନେଜ୍ କରିବାରେ ସାହାଯ୍ୟ ମିଳିଥାଏ । ଏହାବ୍ୟତିତ ନେଟୱର୍କର କ୍ଷମତା ବଢାଇବାରେ ବି ସହାୟକ ମିଳିଥାଏ ।