ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୨ ଦିନରେ ପହଁଚିଲାଣି ୟୁକେନ-ଋଷ ମଧ୍ୟରେ ଯୁଦ୍ଧ । ଚାଲିଛି ଘମାଘୋଟ ଲଢେଇ । ଏହାର ପ୍ରଭାବ ଏବେ ସାରା ଦୁନିଆରେ ଦେଖିବାକୁ ମିଳିଛି । ମହଙ୍ଗା ହେଉଛି ସମସ୍ତ ଦର ଦାମ । ଏବେ ସୁନା ଦର ରେକର୍ଡ ସ୍ତରରେ ପହଁଚିଛି । ଭାରତୀୟ ବଜାରରେ ଆଜି ସୁନା ଦରରେ ବଡ ଧରଣର ପରିବର୍ତ୍ତନ ଘଟିଛି ।
ସୁନା ଦରରେ ୧.୮ ପ୍ରତିଶତ ବୃଦ୍ଧି ହୋଇ ୧୦ ଗ୍ରାମ ପ୍ରତି ସୁନା ଦାମ ୫୩ ହଜାର ୫୦୦ ରେ ପହଁଚିଛି । ୨୦୨୦ ମସିହା ଅଗଷ୍ଟ ମାସରେ ଭାରତୀୟ ବଜାରରେ ସୁନା ଦାମ ୫୬ ହଜାର ୨୦୦ ଟଙ୍କାରେ ରେକର୍ଡ ସ୍ତରରେ ପହଁଚିଥିଲା । ଏହା ବୈଶୟିକ ବଜାରରେ ୧.୫ ପ୍ରତିଶତ ବୃଦ୍ଧି ହୋଇ ୧,୯୯୮.୩୭ ଡଲାରରେ ପହଁଚିଥିଲା । ସେହିପର ଯଦି ୟୁକ୍ରେନ-ଋଷରେ ଏଭଳି ଯୁଦ୍ଧ ଜାରି ରହେ ତେବେ ଆଗକୁ ସୁନା ଦର ୬୦ ହଜାର ଛୁଁଇପାରେ ବୋଲି ଆଶା ରହିଛି ।
ଅନ୍ୟପଟେ ଏମସିଏକ୍ସରେ ମଧ୍ୟ ରୂପା ଦର ୧.୫ ପ୍ରତିଶତ ବୃଦ୍ଧି ହୋଇ ୭୦,୧୭୩ ରେ ପହଁଚିଛି ।