ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଏମଡବ୍ଲ୍ୟୁ ତାର ପାୱରଫୁଲ ଆର୧୮ କ୍ଲାସିକ ବାଇକ ଭାରତରେ ଲଞ୍ଚ କରିଛି । ଏହାକୁ ୨୪ ଲକ୍ଷ ଟଙ୍କାରେ ଏକ୍ସ ସୋରୁମ ଦାମ୍ ରେ ବଜାରକୁ ଆଣିଛି । ଏହି ପାୱରଫୁଲ ଗାଡିକୁ କମ୍ପାନୀ ସମ୍ପୂର୍ଣ୍ଣ ବିଲ୍ଟ ୟୁନିଟ ରୂପେ ଭାରତରେ ଉପଲବ୍ଧ କରାଇବ । ଏହାର ବୁକିଂ ବିଏମଡବ୍ଲ୍ୟୁ ମୋଟରାଡ ଡିଲର ନେଟୱର୍କ ମାଧ୍ୟମରେ ଆରମ୍ଭ କରାଯାଇଛି ଏବଂ ବହୁତ ଶୀଘ୍ର ଏହାର ଡେଲିଭରୀ ଆରମ୍ଭ କରାଯିବ ।
ବିଏମଡବ୍ଲ୍ୟୁ ଆର୧୮ କ୍ଲାସିକ କୁ ଖୁବ୍ ଷ୍ଟାଇଲିସ୍ ଲୁକ୍ ଦିଆଯାଇଛି । କିନ୍ତୁ ଏହାର ଡିଜାଇନକୁ କ୍ଲାସିକ ମୋଟରସାଇକେଲ ଭଳି ରଖାଯାଇଛି । ଏଥିରେ ଡବଲ କ୍ରେଡଲ ଫ୍ରେମ, ଟିୟର ଡ୍ରପ ଟ୍ୟାଙ୍କ, ଗୋଲାକାର ଇଂଷ୍ଟ୍ରୁମେଣ୍ଟ ଡିସପ୍ଲେ, ଏଲଇଡି ହେଡଲାଇଟ ଏବଂ ଏଲଇଡି ଡିଆରଏଲ ଦିଆଯାଇଛି ।
ଏହି ଷ୍ଟାଇଲିସ କ୍ଲାସିକ ମୋଟରସାଇକେଲ ରେ ନୂତନ ଏୟାର କୁଲ୍ଡ ଦୁଇଟି ସିଲିଣ୍ଡର ଦିଆଯାଇଛି । ଯାହା ଏହି ସିରିଜ୍ ରେ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସବୁଠାରୁ ପାୱରଫୁଲ ଇଞ୍ଜିନ । ଏଥିରେ ଲାଗିଥିବା ୧୮୦୨ ସିସି ର ଇଂଜିନ୍ ୪୭୫୦ ଆରପିଏମ ର ୯୧ ଏଚପି ର ପାୱର ଏବଂ ୧୫୮ ନ୍ୟୁଟନ ମିଟରର ଟାର୍କ ଜେନେରେଟ କରିଥାଏ ।
ବ୍ରେକିଙ୍ଗ ପାଇଁ ଏହା ସାମ୍ନାରେ ଟ୍ୱିନ୍ ଡିସ୍କ ଏବଂ ରିୟରରେ ସିଙ୍ଗଲ ଡିସ୍କ ବ୍ରେକ ଲଗା ଯାଇଛି । ଏହାସହିତ ଏଥିରେ ଚାରି ପିଷ୍ଟନ ବିଶିଷ୍ଟ ଫିକ୍ସଡ କ୍ୟାଲିପର ରହିଛି । ଚାଳକଙ୍କ ସୁରକ୍ଷା ପାଇଁ କମ୍ପାନୀ ଏବିଏସ ସିଷ୍ଟମ ମଧ୍ୟ ଦେଇଛି । ଏହାବ୍ୟତିତ ଏଥିରେ ତିନୋଟି ରାଇଡିଙ୍ଗ ମୋଡସ ତଥା ରେନ୍, ରୋଲ ଏବଂ ରକ୍ ରହିଛି ।