ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ବାହାଘର ପାଇଁ ସୁନା କିଣିବାର ଯୋଜନା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳୁ ପୁଣି ସୁନା ଦରରେ ହ୍ରାସ ଘଟିଛି । ଏହାବ୍ୟତିତ ଚାନ୍ଦୀ ଦରରେ ମଧ୍ୟ ହ୍ରାସ ଘଟିଛି । ଏମସିଏକ୍ସ ରେ ସୁନା ୦.୫% ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ସୁନା ଦାମ ୪୬,୭୦୪ ଟଙ୍କା ହୋଇଥିବା ବେଳେ ଚାନ୍ଦୀ ଦାମରେ ୦.୨୪% ହ୍ରାସ ହୋଇ ଏକ କିଲେଗ୍ରାମ ଚାନ୍ଦୀ ଦାମ ୬୮,୪୭୦ ଟଙ୍କା ହୋଇଛି ।
୨୦୨୦ ମସିହା ଅଗଷ୍ଟ ମାସରେ ୧୦ ଗ୍ରାମ ପ୍ରତି ସୁନା ଦାମ ୫୬,୨୦୦ ଟଙ୍କା ହୋଇ ରେକର୍ଡ ହାଇ ସ୍ତରରେ ରହିଥିଲା । ଏମିତି ଦେଖିବାକୁ ଗଲେ ଏପର୍ଯ୍ୟନ୍ତ ସୁନା ୧୦ ହଜାର ପର୍ଯ୍ୟନ୍ତ ହ୍ରାସ ହୋଇ ସାରିଲାଣି ।