ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ଆପଲ କମ୍ପାନୀ ଦ୍ୱାରା ଆୟୋଜିତ ହୋଇଥିବା ଇଭେଣ୍ଟରେ ଅନେକ ପ୍ରଡକ୍ଟସ ଲଞ୍ଚ ହୋଇଛି । ଲଞ୍ଚ ହୋଇଥିବା ପ୍ରଡକ୍ଟସ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଛି iMac । ଉନ୍ନି ଫିଚର୍ସ ସହିତ କମ୍ପାନୀ ଏହାକୁ ଲଞ୍ଚ କରିଛି । ଏହା ଦେଖିବାକୁ ଖୁବ୍ ଅଟ୍ରାକ୍ଟିଭ । ଏହା ସହିତ ଏହାର ଭିନ୍ନ ଭିନ୍ନ କଲର ଅପ୍ସନ ଉପଲବ୍ଧ ଅଛି । ଏହାକୁ ଆପଣ ୩୦ ଏପ୍ରିଲରୁ ଅର୍ଡର କରିପାରିବେ ।
ଆଇମ୍ୟାକକୁ ସାତୋଟି ଭିନ୍ନ ଭିନ୍ନ କଲର ସହିତ ଲଞ୍ଚ କରିଛି କମ୍ପାନୀ । ଏହାର ସ୍କ୍ରିନ ସାଇଜକୁ ବଢାଯାଇଛି । ଏହା ପରେ ଏହାର ଡିସପ୍ଲେ ୨୪ ଇଂଚର ହୋଇଯାଇଛି । ନୂତନ ଆଇମ୍ୟାକରେ ଏବେ ୧୦୮୦ପି ଏଚଡି ଫେସଟାଇମ କ୍ୟାମେରା ଦିଆଯାଇଛି । ଏହାସହିତ ଏଥିରେ ଏମଆଇ ପ୍ରୋସେସର ବ୍ୟବହାର କରାଯାଇଛି । ଏଥିରେ ଆପଣ ଆଇପ୍ୟାଡ ଏବଂ ଆଇଫୋନ ଡିସପ୍ଲେ ବ୍ୟବହାର କରିପାରିବେ ।
ଆପଲ ମୁତାବକ ଏହି ଆଇମ୍ୟାକ ଗତ ମଡେଲ ତୁଳନାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ ଜାଗା ନେବ । ଏହା ୧୧.୫ ଏମଏମର । ଏହାକୁ ଆପଣ ଯେଉଁଠି ବି ରଖି ପାରିବେ । ଏହାର ଫ୍ରଣ୍ଟ ସାଇଟରେ ବି ପରିବର୍ତ୍ତନ କରାଯାଇଛି । ଏଥିରେ ୩ଟି ମାଇକ ସହିତ ଡଲବି ଏଟମସ ସପର୍ଟୋ ସହ ସ୍ପିକର ଦିଆଯାଇଛି ।